ଓଡିଶା

odisha

ଆଶ୍ଚର୍ଯ୍ୟ-ଅବିଶ୍ବସନୀୟ: ହାତ ନାହିଁ, ତଥାପି ବ୍ୟାଟିଂ ଓ ବୋଲିଂରେ ମାହିର

By ETV Bharat Odisha Team

Published : Jan 12, 2024, 10:07 AM IST

ଦିବ୍ୟାଙ୍ଗ କ୍ରିକେଟର ଅମୀର ହୁସେନ ଲନ୍


 Para cricketer Amir Hussain Lone ଶ୍ରୀନଗର:ଦୁଇ ହାତ ନାହିଁ ତଥାପି ଖେଳୁଛନ୍ତି କ୍ରିକେଟ । ବେକରେ ବ୍ୟାଟ୍ ଧରି ମାରୁଛନ୍ତି ଛକା ଚୌକା । ପାଦରେ ବୋଲିଂ କରି କରୁଛନ୍ତି କମାଲ । ଚର୍ଚ୍ଚାରେ ଜମ୍ମୁ କାଶ୍ମୀରର ଦିବ୍ୟାଙ୍ଗ କ୍ରିକେଟର ଅମୀର ହୁସେନ ଲନ୍ । ଘାଟିର ବାଗାହାମ ଅଞ୍ଚଳ ବିଜବିହାର ଗ୍ରାମର 34 ବର୍ଷୀୟ ଭିନ୍ନକ୍ଷମ କ୍ରିକେଟର ତଥା ଜମ୍ମୁ କାଶ୍ମୀର ପାରା କ୍ରିକେଟ ଟିମ ଅଧିନାୟକ ହେଲେ ଅମୀର ହୁସେନ । 2013 ମସିହାରୁ ପ୍ରଫେସନାଲ୍ କ୍ରିକେଟ ଖେଳି ଆସୁଛନ୍ତି ଅମୀର । ଯେଉଁଥିପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । 

ଏହାମଧ୍ୟ ପଢନ୍ତୁ.. Watch Video: ବିରାଟଙ୍କୁ ଭେଟିଲେ ଦିବ୍ୟାଙ୍ଗ ଫ୍ୟାନ, କହିଲେ ସେ ଭାରି ଦୟାଳୁ

ଅମୀରଙ୍କୁ ଯେତେବେଳେ ମାତ୍ର 8 ବର୍ଷ ବୟସ ହୋଇଥିଲା,  ସେତେବେଳେ ବାପାଙ୍କ ମିଲ୍ ରେ ଦୁର୍ଘଟଣାର ଶିକାର ହୋଇ ନିଜର ଦୁଇ ହାତ ହରାଇଥିଲେ । ଦୁର୍ଘଟଣାରେ ସିନା ସେ ଦୁଇଟି ହାତ ହରାଇଥିଲେ, ହେଲେ ତାଙ୍କର କ୍ରିକେଟ ପ୍ରତି ନିଷ୍ଠାରେ ପ୍କୁରତିବନ୍ଧକ ସାଜି ପାରିଲା ନାହିଁ କାଳରୂପୀ ଦୁର୍ଘଟଣା । ଅମୀରଙ୍କର କ୍ରିକେଟ ପ୍ରତି ଆଗ୍ରହ ଏବଂ ତାଙ୍କର କ୍ରିକେଟ ଟ୍ୟାଲେଣ୍ଟକୁ ଚିହ୍ନି ପାରିଥିଲେ ତାଙ୍କ ଶିକ୍ଷକ । ନିଜର ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ସେ ନିଜକୁ ପାରା କ୍ରିକେଟର ଭାବେ ପରିଚୟ କରାଇ ପାରିଛନ୍ତି । ସେ ପାଦ ଅଙ୍ଗୁଳି ସହାଯ୍ୟରେ ବୋଲିଂ କରନ୍ତି ଏବଂ ବେକ ଏବଂ କାନ୍ଧ ସାହାଯ୍ୟରେ ବ୍ୟାଟିଂ କରୁଛନ୍ତି। 

ABOUT THE AUTHOR

...view details