ଓଡିଶା

odisha

Medal for Excellence in Investigation

By

Published : Aug 13, 2023, 3:33 PM IST

ETV Bharat / videos

ତଦନ୍ତରେ ଉତ୍କର୍ଷତା, ଯାଜପୁର ଡିଏସପିଙ୍କୁ ସମ୍ମାନିତ କରିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ଯାଜପୁର:ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର 4 ଜଣ ପୋଲିସ ଅଫିସରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ସ୍ବାଧୀନତା ଦିବସରେ ସମ୍ମାନିତ କରାଯିବ । ସେଥିମଧ୍ୟରୁ ଯାଜପୁର ଜିଲ୍ଲା ଡିଏସପି ପ୍ରଭାତ କୁମାର ବିଶ୍ବାଳ ମଧ୍ୟ ମନୋନୀତ ହୋଇଛନ୍ତି । 1995 ମସିହାରେ ସବ୍‌ ଇନିସ୍ପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ 2009 ମସିହାରୁ ସୁନ୍ଦରଗଡ, ରାଉରକେଲା, ବାରିପଦା, ଆଦି ଥାନା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ l ଥାନା ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ପୋଲିସ ବିଭାଗ ପକ୍ଷରୁ 2017 ମସିହାରେ ଡିଏସ୍‌ପିକୁ ପଦବୀକୁ ପଦୋନ୍ନୀତ କରାଯାଇଥିଲା । ବର୍ତ୍ତମାନ ପ୍ରଭାତ କୁମାର ବିଶ୍ବାଳ ଡିଏସପି ଭାବେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ । ସେ ବିଗତ ଦିନରେ ବିଭିନ୍ନ କେସ୍‌ର ତଦନ୍ତ ସୂଚାରୁ ରୂପେ ତୁଲାଇଛନ୍ତି । ବିଶେଷ କରି ହତ୍ୟା, ଚୋରି, ଦୁଷ୍କର୍ମ, ଶିଶୁ ଅପହରଣ ଆଦି ଘଟଣାର ଉତ୍କର୍ଷ ଅନୁସନ୍ଧାନ କରି ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ସହ ସମାଜକୁ ଭଲ ବାର୍ତ୍ତା ଦେଇଛନ୍ତି ।  ଯାହାକୁ ଦୃଷ୍ଟିରେ ପ୍ରଭାତ କୁମାର ବିଶ୍ବାଳଙ୍କୁ ସମ୍ମାନିତ କରିବା ପାଇଁ ଶନିବାର କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତା ଅଗଷ୍ଟ 15 ତାରିଖରେ ମେଡାଲ ପାଇବେ ଡିଏସପି ପ୍ରଭାତ କୁମାର ବିଶ୍ବାଳ l ଏନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଯାଜପୁର ପ୍ରତିନିଧି ଜ୍ଞାନ ରଞ୍ଜନ ଓଝା l  

ଏହା ମଧ୍ୟ ପଢନ୍ତୁ-ତଦନ୍ତରେ ଉତ୍କର୍ଷତା, ପୁରୀ ସିଟି ଡିଏସପିଙ୍କୁ ସମ୍ମାନିତ କରିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details