ଓଡିଶା

odisha

indonesia ambassador krishnamurti

By

Published : Apr 27, 2023, 9:53 PM IST

ETV Bharat / videos

ଡାକୋଟା ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ବର: ଡାକୋଟା ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ କ୍ରିଷ୍ଣାମୂର୍ତ୍ତୀ । ଭୁବନେଶ୍ବର ବିମାନବନ୍ଦର ପରିସରରେ ଥିବା ଡାକୋଟାକୁ ଦେଖିବା ପାଇଁ ଆସିଥିଲେ ରାଷ୍ଟ୍ରଦୂତ କ୍ରିଷ୍ଣାମୂର୍ତ୍ତୀ । ଇଣ୍ଡୋନେସିଆ ନାଗରିକ ଭାବେ ଡାକୋଟାକୁ ଦେଖିବା ତାଙ୍କ ପାଇଁ ଭାଗ୍ୟର କଥା ବୋଲି ସେ କହିଛନ୍ତି। ଏହି ଅବସରରେ ସାହାସୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେ ପକାଇଛନ୍ତି କ୍ରିଷ୍ଣାମୂର୍ତ୍ତୀ । ଡାକୋଟା କଲିଙ୍ଗ-ବାଲି ସମ୍ପର୍କର ମୁକସାକ୍ଷୀ ଥିବା କ୍ରିଷ୍ଣାମୂର୍ତ୍ତୀ କହିଛନ୍ତି । ଓଡିଶା ସହ ବାଲିର ଶହ ଶହ ବର୍ଷର ସମ୍ପର୍କ ରହିଛି । ଏହି ସମ୍ପର୍କକୁ ସୁଦୃଢ କରିବା ପାଇଁ ଆସନ୍ତା ବର୍ଷ କଟକ ବାଲି ଯାତ୍ରାରେ ଇଣ୍ଡୋନେସିଆ ସକ୍ରିୟ ଭାବେ ସାମିଲ ହେବ ବୋଲି ଇଣ୍ଡୋନେସିଆ ରାଷ୍ଟ୍ରଦୂତ କହିଛନ୍ତି । ଓଡିଶାଠାରୁ ଅନେକ କିଛି ଶିଖିବାର ଅଛି ଏବଂ ପ୍ରାକୃତିକ ଦୁର୍ବିପାକର ମୁକାବିଲାରେ ଭଲ ପ୍ରଦର୍ଶନ କରିଛି ରାଜ୍ୟ ସରକାର। ତେବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ କ୍ରିଷ୍ଣାମୂର୍ତ୍ତୀଙ୍କ ଏହି ଗସ୍ତ ସମୟରେ ସାଥିରେ ଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ସଚିବ ଉଷା ପାଢୀ।

ପ୍ରକାଶ ଯୋଗ୍ୟ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଏହି ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ହୋଇଥିବା ବେଳେ ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରୁଛି । ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details