ଓଡିଶା

odisha

ଧନତେରସ ପାଇଁ ରୌପ୍ୟ ନଗରୀ ଚଳଚଞ୍ଚଳ, ସୁନା ଦୋକାନରେ ପ୍ରବଳ ଭିଡ

By ETV Bharat Odisha Team

Published : Nov 10, 2023, 5:51 PM IST

ETV Bharat / videos

Dhanteras 2023: ଧନତେରସ ପାଇଁ ଚଳଚଞ୍ଚଳ ରୌପ୍ୟ ନଗରୀ, ସୁନା ଦୋକାନରେ ପ୍ରବଳ ଭିଡ

କଟକ: ଆଜି ହେଉଛି ଶୁଭ ଧନତେରସ । ସୁନା ଦୋକାନରେ ପ୍ରବଳ ଭିଡ । ମାଲାମାଲ ସୁନା ବ୍ୟବସାୟୀ । ବିଶ୍ୱାସ ରହିଛି ଆଜିର ଦିନରେ ସୁନା କିମ୍ବା ରୂପା କିଣିଲେ ଘରକୁ ମା' ଲକ୍ଷ୍ମୀ ଆସିଥାନ୍ତି । ଖାସ ଏଥିପାଇଁ ରୌପ୍ୟ ନଗରୀ କଟକର ବିଭିନ୍ନ ସୁନା ଗହଣା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଧନତେରସରେ ଗ୍ରାହକକୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଲୋକଙ୍କୁ ବିଭିନ୍ନ ଅଫର ମଧ୍ୟ ଦେଉଛନ୍ତି ।

ଧନତେରସରେ ମା' ଲକ୍ଷ୍ମୀଙ୍କ ସହ ଗଣେଶ ଏବଂ କୁବେରଙ୍କ ପୂଜା କରାଯାଇଥାଏ । ଆଜିର ଦିନରେ ସୁନା, ରୂପା ଏବଂ ହୀରା କିଣିଲେ ଘରକୁ ମା' ଲକ୍ଷ୍ମୀ ପ୍ରବେଶ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଗହଣା ଦୋକାନ ଗୁଡିକରେ ଆଉ ଗ୍ରାହକଙ୍କୁ ଅଧିକ ଭିଡ ଲାଗିଥିବା ବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗହଣା ଦୋକାନ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା କରିଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଭେରାଇଟି ସହ ଗଢ଼ା ମଜୁରି ଉପରେ ରିହାତି ରଖିଛନ୍ତି ବିଭିନ୍ନ ଜୁଏଲର୍ସ । ତେବେ ଆଜିର ଦିନରେ ସୁନା ବ୍ୟବସାୟୀ ମଧ୍ୟ ଅନେକ ମାତ୍ରାରେ ଲାଭବାନ ହୋଇଥାନ୍ତି । 

ଏହା ମଧ୍ୟ ପଢନ୍ତୁ ...Dhanteras 2023: ଜାଣନ୍ତୁ ପୂଜା ବିଧି, ଏହି ଶୁଭ ମୂହୁର୍ତ୍ତରେ କିଣନ୍ତୁ ମୂଲ୍ୟବାନ ସାମଗ୍ରୀ

ଇଟିଭି ଭାରତ ,କଟକ

ABOUT THE AUTHOR

...view details