ଓଡିଶା

odisha

By

Published : Jan 14, 2023, 9:28 PM IST

Updated : Feb 3, 2023, 8:38 PM IST

ETV Bharat / videos

T-Bridge Stampede: ଆହତ ଓ ମୃତକଙ୍କୁ ରେଡ଼କ୍ରେସ ପକ୍ଷରୁ ମିଳିବ ସହାୟତା: ଜିଲ୍ଲାପାଳ

କଟକ: ବଡ଼ମ୍ବା ଟି-ସେତୁରେ ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏସିବିରେ ଭର୍ତ୍ତି ହେଲେ ୩ ଶିଶୁ । ଆହତଙ୍କୁ ଭେଟିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲା ବେଳେ ଆହତଙ୍କୁ ୧୦ ହଜାର ଓ ମୃତକଙ୍କୁ ୨୦ ହଜାର ଟଙ୍କା ରେଡ଼କ୍ରସ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ତେବେ ଆକଳନ ଯୋଗୁଁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ସେତୁ ଉପରକୁ ଆସିଯାଇଥିଲେ। ଯେଉଁଥିପାଇଁ ଏହି ଅଘଟଣ ଘଟିଛି। ତେବେ ଏହି ଦିଗରେ ଉଚ୍ଚସ୍ତରୀୟ ତଦନ୍ତ ଓ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଇଟିଭି ଭାରତ, କଟକ

Last Updated : Feb 3, 2023, 8:38 PM IST

ABOUT THE AUTHOR

...view details