ଓଡିଶା

odisha

ସୋନାକ୍ଷୀଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ଼

By ETV Bharat Odisha Team

Published : Oct 17, 2023, 6:40 AM IST

ETV Bharat / videos

ଯାଜପୁରରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ଅଭିନେତ୍ରୀଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ଼

ଯାଜପୁର:ଯାଜପୁରରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ବ୍ୟାସନଗରଠାରେ ଏକ ନୂଆ ଶୋ'ରୁମର ଶୁଭ ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ସୋନାକ୍ଷୀ। ଆଜି ବ୍ୟାସନଗରରେ ସୋନାକ୍ଷୀଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଜମିଥିଲା । ଏକ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଯୋଗଦେବା ପାଇଁ ଓଡ଼ିଶା ଆସିଥିବା ଜଣାପଡ଼ିଛି। 

ଏହା ବି ପଢନ୍ତୁ...ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କୁ ପସନ୍ଦ ଓଡିଶା ମିଠା, ଦୀପିକା ସିଂ କହିଲେ ସମ୍ବଲପୁରୀ ଶାଢୀ ବହୁତ ଭଲ ଲାଗେ

ସେପଟେ ଆଜି ଯାଜପୁର ରୋଡକୁ ପ୍ରଥମ ଥର ଆସିଥିବାରୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଏହି ଉଦଘାଟନୀ ଉତ୍ସବରେ ବଲିଉଡ ଗୀତରେ ସୋନାକ୍ଷୀଙ୍କ ଜଲୱା ଦେଖିବାକୁ ମିଳିଥିଲା । ପ୍ରଶଂସକଙ୍କ ଭଲପାଇବା ଦେଖି ଖୁସି ବ୍ୟକ୍ତ କରିବା ସହ "ସୁଯୋଗ ମିଳିଲେ ଏହିଭଳି ବାରମ୍ବାର ଓଡ଼ିଶା ଆସିବି" ବୋଲି କହିଛନ୍ତି ସୋନାକ୍ଷୀ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details