ଓଡିଶା

odisha

By

Published : Dec 3, 2022, 9:25 PM IST

Updated : Feb 3, 2023, 8:34 PM IST

ETV Bharat / videos

ଦମନ ଚଳଚ୍ଚିତ୍ର ଦେଖିଲା ଝାରସୁଗୁଡା ପ୍ରଶାସନ

ଝାରସୁଗୁଡ଼ା : ଦମନ ଚଳଚ୍ଚିତ୍ର ଦେଖିଲା ପ୍ରଶାସନ। ଝାରସୁଗୁଡ଼ାସ୍ଥିତ ଶିବା ଟକିଜରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଦେଖିଲେ ଓଡ଼ିଆ ଚଳଚ୍ଚିତ୍ର ଦମନ। ଜିଲ୍ଲାପାଳ ସରୋଜ କୁମାର ସାମଲ ଫିତା କାଟି ଝାରସୁଗୁଡ଼ା ଜିଲ୍ଲାରେ ଚଳଚ୍ଚିତ୍ର ସ୍କ୍ରିନିଂକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ପିଡି ଆଲୋମଣୀ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାର୍ଥ ଅଧିକାରୀ ଡାକ୍ତର ଡୋଲାମଣି ପଟେଲଙ୍କ ସମେତ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାଧାରମଣ ବିର୍ତ୍ତିଆ, ଡିପିଏମ ବୁଲୁନାଥ ସାହୁ, ଆକାଉଣ୍ଟସ ମ୍ୟାନେଜର ଧୀରେନ୍ଦ୍ର ନନ୍ଦ, ବିରାଟ ପ୍ରଧାନ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଶା ଓ ଅଙ୍ଗନବାଡ଼ି କର୍ମୀ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ, ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଚଳଚ୍ଚିତ୍ରଟିକୁ ଦେଖିଛନ୍ତି। ଇଟିଭି ଭାରତ, ଝାରସୁଗୁଡ଼ା
Last Updated : Feb 3, 2023, 8:34 PM IST

ABOUT THE AUTHOR

...view details