ଓଡିଶା

odisha

By

Published : Mar 16, 2022, 8:39 AM IST

Updated : Feb 3, 2023, 8:19 PM IST

ETV Bharat / videos

Municipal Poll: ୪୦ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ

ବ୍ରହ୍ମପୁର: ପୌର ନିର୍ବାଚନକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ । ପୌର ନିର୍ବାଚନ ଯେତିକି ପାଖଉଛି ବିଜେଡିର ଡୋର ଟୁ ଡୋର କ୍ୟାମ୍ପେନ ସେତିକି ଜୋରଦାର ହେଉଛି । ଏହି କ୍ରମରେ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ୪୦ ନମ୍ବର ୱାର୍ଡରେ ଚାଲିଛି ବିଜେଡି ପକ୍ଷରୁ ଜୋରଦାର ପ୍ରଚାର । ଚଳିତ ଥର ଏହି ଅଞ୍ଚଳରେ ସହରର ଜଣେ ଜଣାଶୁଣା ସମାଜସେବୀ ଯୁବ ନେତା ଭାଗିରଥି ମହାରଣାଙ୍କୁ ଦଳ ପକ୍ଷରୁ କର୍ପୋରେଟର ପ୍ରାର୍ଥୀ କରାଯାଇଥିବା ବେଳେ ସେ ନିଜର ସମର୍ଥକଙ୍କ ସହ ବିଭିନ୍ନ ସାହିର ଘରକୁ ଘର ବୁଲି ଜାରି ରଖିଛନ୍ତି ନିଜର ପ୍ରଚାର । ଏ ନେଇ ଭାଗିରଥି ମହାରଣା ଓ ଅଞ୍ଚଳ ବାସିନ୍ଦାଙ୍କ ସହ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details