ଓଡିଶା

odisha

By

Published : Nov 26, 2019, 6:36 PM IST

ETV Bharat / videos

26/ 11, ପୁଣି କୁହୁଳୁଛି ବର୍ବରତାର ନିଆଁ

26/ 11 , ଏହି ସଂଖ୍ୟା ଇତିହାସର ଫର୍ଦ୍ଦରେ କଳା ଅକ୍ଷରରେ ଲିପିବଦ୍ଧ । ଏହି ଦିନକୁ ନା କେହି ଭୁଲିଛି , ନା କେବେ ଭୁଲିପାରିବ । 2008 ମସିହା ଆଜିର ଦିନରେ ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ପାକିସ୍ତାନ ଆତଙ୍କବାଦୀ ଘଟାଇଥିଲେ ଲୋମହର୍ଷକାରୀ ତାଣ୍ଡବ । ଟିଭି ପରଦାରେ ଘନଘନ ଦେଖାଯାଉଥିବା ସେହି ଦାନବଲୀଳା ଆଖିକୁ ସ୍ତବ୍ଧ ଓ ହୃହୟକୁ ଥରାଇ ରଖିଥିଲା । ସମଗ୍ର ବିଶ୍ବର ଶୀର୍ଷକ ଥିଲା ଏହି ନରହନ୍ତାଙ୍କ ବର୍ବର କାଣ୍ଡ । ହୋଟେଲ ତାଜ, ଛତ୍ରପତି ଶୀବାଜୀ ଟର୍ମିନ୍ସ ରେଳ ଷ୍ଟେସନ , ଲିଓପୋଲ୍ଡ କାଫେ, ନରିମାନ ହାଉସରେ ଖେଳିଯାଇଥିଲା ରକ୍ତର ହୋଲି । ଦୀର୍ଘ 59 ମିନଟର ଏହି ହୃଦୟବିଦାରକ ମୁହୁର୍ତ୍ତରେ 164 ନୀରିହ ଜୀବନ ଦ୍ବୀପ ଲିଭିଯାଇଥିବା ବେଳେ 600 ଜଣ ରକ୍ତରଞ୍ଜିତ ହୋଇଯାଇଥିଲେ । ଏବେ ପୁଣି କୁହୁଳୁଛି ଏହି ନିଆଁ । 2019 ଅଗଷ୍ଟ 5ରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଆହୁରୀ ପ୍ରତିଶୋଧପରାୟଣ ହୋଇଉଠିଛି ପାକ୍‌ । 2 ଦେଶ ଭିତରେ ଶତ୍ରୁତା ଗଭୀର ହୋଇପଡିଛି । କାଳେ ପୁଣି ବଡ ଧରଣର ଅଘଟଣ ଘଟାଇବ ସେଥିପାଇଁ ଆଶଙ୍କା ଦେଖାଦେଉଛି ।

ABOUT THE AUTHOR

...view details