ଓଡିଶା

odisha

By ETV Bharat Odisha Team

Published : Sep 6, 2023, 12:38 PM IST

ETV Bharat / sukhibhava

ମୁଖ ସୌନ୍ଦର୍ଯ୍ୟରେ ସହାୟକ ବେବି ଅଏଲ, ଏଭଳି କରନ୍ତୁ ବ୍ୟବହାର

ସୁନ୍ଦର ହେବା ପାଇଁ ପ୍ରତ୍ୟେକ ମହିଳା ଚାହିଁଥାଆନ୍ତି । ଯଦି ଆପଣ ମଧ୍ୟ ନିଜ ସ୍କିନକୁ ସୁସ୍ଥ ରଖିବାକୁ ଚାହାନ୍ତି ତେବେ ଏଭଳି ଉପାୟରେ ଲଗାନ୍ତୁ ବେବି ଅଏଲ। ଅଧିକ ପଢନ୍ତୁ

Baby oil for skin
Baby oil for skin

ହାଇଦ୍ରାବାଦ:ଛୁଆର ଚର୍ମକୁ ସୁସ୍ଥ ଏବଂ ହାଇଡ୍ରେଟ ରଖିବା ପାଇଁ ବେବି ଅଏଲ ବ୍ୟବହାର କରାଯାଏ । ପିଲାମାନଙ୍କର ସଠିକ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଜନ୍ମରୁ ସେମାନଙ୍କ ଶରୀରକୁ ତେଲରେ ମାଲିସ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଦୈନିକ ତେଲ ମାଲିସ କରିବା ଦ୍ବାରା ହାଡ ମଜବୁତ ରହିବା ସହିତ ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ । ତେବେ ବେବି ଅଏଲ କେବଳ ଛୁଆ ନୁହେଁ ବଡ ଲୋକଙ୍କ ତ୍ବଚା ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଏହି ଭଳି କରନ୍ତୁ ବ୍ୟବହାର

  • ଯଦି ଆପଣଙ୍କର ଚର୍ମ ଶୁଷ୍କ ହୋଇଯାଉଛି ତେବେ ବେବି ଅଏଲ ସାହାଯ୍ୟ କରିବ। ପ୍ରତିଦିନ 30 ମିନିଟ ତେଲ ମାଲିସ କରନ୍ତୁ। ଏହି ଅଏଲରେ ଅନେକ ପୋଷକ ତତ୍ତ୍ବ ରହିଥିବା ବେଳେ ଏହା ଚର୍ମ ସମସ୍ୟାକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଚର୍ମରେ କୁଞ୍ଚନ, ରୁକ୍ଷ ଚର୍ମରୁ ମୁକ୍ତି ମିଳିଥାଏ। ସ୍ନାନ କରିବା ପରେ ଏହି ତେଲକୁ ମାଲିସ କରନ୍ତୁ।
  • କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆଙ୍ଗୁଠି ଫାଟିଯାଇଥାଏ। କମ ବୟସରୁ ଏହି ସମସ୍ୟା ଦେଖାଯାଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବେବି ଅଏଲ ଲଗାଇପାରିବେ। ପ୍ରତିଦିନ ରାତିରେ ପାଦରେ ବେବି ଅଏଲ ଲଗାଇ ଧିରେ ଧିରେ ମାଲିସ କରନ୍ତୁ। ପ୍ରତିଦିନ 20 ମିନିଟ ଏଭଳି କରିବା ଦ୍ବାରା ଗୋଡ ଫଟା ସମସ୍ୟାରୁ ମୁକ୍ତି ମିଳିପାରିବ।

ଏହା ମଧ୍ୟ ପଢନ୍ତୁ: BABY MASSAGE: ସଠିକ ବିକାଶରେ ହୋଇଥାଏ ସହାୟକ, ଜାଣନ୍ତୁ ମାଲିସର ସଠିକ କୌଶଳ

  • ଓ୍ବାକ୍ସିଂ କରିବା ପରେ ପ୍ରଦାହ ଏବଂ ରାସେସକୁ ରୋକିବା ପାଇଁ ଆପଣ ବେବି ଅଏଲ ଲଗାଇ ପାରବେ। ଏହା ଚର୍ମକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ। ତେବେ ମେକଅପକୁ ପୋଛିବା ପାଇଁ ଫେସଓ୍ବାସର ବ୍ୟବହାର କରିବା ବଦଳରେ ଆପଣ ବେବିଅଏଲକୁ ମଧ୍ୟ ବ୍ୟବହାର କରିପାରିବେ। ଏହା ଦ୍ବାରା ଅତି ସହଜରେ ମେକଅପ ଛାଡିବା ସହିତ କୌଣସି ପ୍ରକାରର ସମସ୍ୟା ମଧ୍ୟ ହୋଇନଥାଏ।
  • ଆପଣଙ୍କ ଆଖି ତଳ କଳା ପଡିଯାଉଛି କି? ଏହି ସମସ୍ୟା ନେଇ ଆପଣ ଚିନ୍ତାରେ ରହିଥିଲେ ଏହି ସମସ୍ୟାରୁ ମୁକ୍ତି ଦେବ ବେବି ଅଏଲ। ରାତିରେ ଶୋଇବା ପୂର୍ବରୁ କ୍ଲକ ଓ୍ବାଇଜ ଆସ୍ତେଆସ୍ତେ ବେବି ଅଏଲକୁ ମସାଜ କରନ୍ତୁ। କିଛି ଦିନ ପରେ ସମସ୍ୟାରୁ ମୁକ୍ତି ପାଇପାରିବେ।
  • ପାଗରେ ପରିବର୍ତ୍ତନ ଦ୍ବାରା ଡିହାଇଡ୍ରେସନ, ଓଠ ଶୁଷ୍କ ହୋଇଯିବା ଏବଂ କ୍ରାକ ସମସ୍ୟା ଦେଖାଯାଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୁଇ ଟୋପା ବେବି ଅଏଲକୁ ନେଇ ସେଥିରେ କିଛି ଚିନି ମିଶାଇ ଗୋଲାପ ପାଖୁଡା ମିଶାଇ ମୁହଁରେ ଲଗାଇପାରିବେ। ମୁହଁକୁ ଅଧଘଣ୍ଟା ସ୍କ୍ରବ କରିବା ଦ୍ବାରା ସ୍କିନ ସ୍ମୁଥ ହୋଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details