ଓଡିଶା

odisha

By

Published : Jul 12, 2022, 9:18 PM IST

ETV Bharat / sukhibhava

Vitiligo: ଜାଣନ୍ତୁ ଛଉ ରୋଗ ହେବାର କାରଣ

ଆପଣ କେବେ ଲୋକଙ୍କ ଶରୀରରେ ଧଳା ରଙ୍ଗର ପ୍ୟାଚ ପଡ଼ିଥିବା ଦେଖିଛନ୍ତି ? ଏହି ରଙ୍ଗ ଶରୀରର ରଙ୍ଗଠାରୁ ଭିନ୍ନ ହୋଇଥାଏ । ଏହାକୁ ଭିଟିଲ୍‌ଗୋ ବା ଛଉ ରୋଗ କୁହାଯାଏ । ତେବେ ଛଉ ରୋଗର କାରଣ, ଚିକିତ୍ସା ସମ୍ପର୍କରେ ଆସନ୍ତୁ ଜାଣିବା କଣ କହୁଛନ୍ତି ଚର୍ମ ବିଶେଷଜ୍ଞ ଡକ୍ଟର ସୁନୀଲ ପ୍ରଭୁ । ଅଧିକ ପଢନ୍ତୁ

Vitiligo: ଜାଣନ୍ତୁ ଛଉ ରୋଗ ହେବାର କାରଣ
Vitiligo: ଜାଣନ୍ତୁ ଛଉ ରୋଗ ହେବାର କାରଣ

ହାଇଦ୍ରାବାଦ: ଭିଟିଲ୍‌ଗୋ ହେଉଛି ଏକ ଚର୍ମର ସମସ୍ୟା । ଯାହା ଦ୍ବାରା ଚର୍ମରେ ଧଳା ରଙ୍ଗର ପ୍ୟାଚ୍ ସୃଷ୍ଟି ହୁଏ । ଚର୍ମରେ ରହିଥିବା ମେଲାନିନ (ଚର୍ମର ରଙ୍ଗ ପାଇଁ ଆବଶ୍ୟକୀୟ ଶରୀରର ଏକ ଉପାଦାନ)ର ଅଭାବ ଯୋଗୁଁ ଛଉ ସୃଷ୍ଟି ହୁଏ । ଏହି ପ୍ୟାଚ୍ ସାଧାରଣତଃ ମୁହଁ, ବେକ, ହାତ ଏବଂ ଚର୍ମରେ ଦେଖାଯାଏ । ଏହା ଓଠରେ, ଆଙ୍ଗୁଠିର ମୂଳ ଏବଂ ଯୌନାଙ୍ଗରେ ମଧ୍ୟ ଦେଖାଯାଇଥାଏ । ତେବେ ଏହା କୌଣସି କାରଣ ଯୋଗୁଁ ହୋଇଥାଏ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ଭିଟିଲ୍‌ଗୋ ବା ଛଉ ରୋଗ ସମସ୍ତ ଚର୍ମ ରଙ୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ । କିନ୍ତୁ ଏହା ଏକ କଳା ରଙ୍ଗର ଚର୍ମ ଥିବା ଲୋକଙ୍କଠାରେ ଅଧିକ ଦୃଶ୍ୟମାନ ହୋଇଥାଏ । ଏହି ରୋଗ ସାଂଘାତିକ କିମ୍ବା ସଂକ୍ରାମକ ନୁହେଁ । ଏହା ଏକ ଅଟୋଇମ୍ୟୁନ୍ ଡିସଅର୍ଡର ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ଏହି ରୋଗ ଥାଇରଏଡ ବା ଆଡ୍ରେନାଲ୍ ଗ୍ରନ୍ଥି ସହିତ ଜଡିତ ହୋଇଥାଏ । ତଥାପି ଭିଟିଲ୍‌ଗୋ ଚାପ ଏବଂ ଆତ୍ମ-ସମ୍ମାନର କାରଣ ହୋଇଥାଏ । ଏହି ରୋଗ କିପରି ସମୟ ଅନୁସାରେ ବୃଦ୍ଧି ପାଇଥାଏ ତାହା ପୂର୍ବାନୁମାନ କରିବା କଷ୍ଟକର ।

ଅଧିକାଂଶ କ୍ଷେତ୍ରରେ ଚର୍ମରେ ମେଲାନିନର ପରିମାଣ କମିବା ପରେ ଏହି ଧଳା ରଙ୍ଗ ଚର୍ମର ଅନେକ ଅଂଶକୁ ବ୍ୟାପିଥାଏ । ଥରେ ଚର୍ମର ରଙ୍ଗ ପରିବର୍ତ୍ତନ ହେଲେ ଏହାକୁ ପୁଣି ପୂର୍ବ ଭଳି ପାଇବା କଷ୍ଟସାଧ୍ୟ ହୋଇପଡେ । ଅନେକଙ୍କ କ୍ଷେତ୍ରରେ ଏହା କେବେ ପୂର୍ବାବସ୍ଥାକୁ ଫେରି ପାଇନଥାଏ ।

ଲକ୍ଷଣ କ'ଣ ହୋଇଥାଏ ?

  • ଜୀବନକାଳ ମଧ୍ୟରେ ଯେକୌଣସି ବୟସରେ ଏହି ରୋଗ ଦେଖିବାକୁ ମିଳିଥାଏ । ଜଣେ ବ୍ୟକ୍ତି ଏହି ରୋଗର ଶିକାର ହେଲେ ପ୍ରଥମେ ମୁହଁରେ ଧଳା ପ୍ୟାଚ ଦେଖାଦିଏ । ଏହାପରେ ହାତ, ଗୋଡ଼ ଓ ପାଦରେ ଦେଖିବାକୁ ମିଳେ ।
  • ଅନେକଙ୍କ କ୍ଷେତ୍ରରେ ଶରୀରରେ ଥିବା କେଶର ରଙ୍ଗ ପରିବର୍ତ୍ତନ ହୁଏ । କେଶ, ଆଇବ୍ରୋ ଓ ମୁହଁରେ ଥିବା ଛୋଟ ଛୋଟ କେଶର ରଙ୍ଗ ପରିବର୍ତ୍ତନ ହୁଏ ।
  • ଥାଇରଏଡ଼ ଓ ଆଡ୍ରେନାଲ ଗ୍ଲାଣ୍ଡ (ବୃକକ ଉପରେ ଥିବା ଏକ ଅଂଶ)ର ସମସ୍ୟା ଦେଖାଦିଏ ।

ଛଉ ରୋଗର ଚିହ୍ନଟ:-

ଚର୍ମ ପରୀକ୍ଷା ସାହାଯ୍ୟରେ ଜଣେ ଚର୍ମ ରୋଗ ବିଶେଷଜ୍ଞ ଛଉ ରୋଗର ଚିହ୍ନଟ କରନ୍ତି । ଅନ୍ୟ ଚର୍ମର ଅବସ୍ଥାକୁ ଏଡ଼ାଇବା ପାଇଁ ଡାକ୍ତର ସେମାନଙ୍କ ସହିତ ଜଡିତ ଲକ୍ଷଣ ଖୋଜିଥାନ୍ତି । ଶରୀରର କେଉଁଠାରେ ପ୍ୟାଚ୍ ଦେଖାଯାଏ ତାହା ଉପରେ ଆଧାର କରି ରୋଗୀ ଜଣକ କେଉଁ ପ୍ରକାରର ଭିଟିଲ୍‌ଗୋର ପୀଡ଼ିତ ହୋଇଛନ୍ତି ତାହା ଡାକ୍ତର ନିର୍ଣ୍ଣୟ କରିଥାନ୍ତି । ଏଥିଲାଗି ଡାକ୍ତର ଚର୍ମର ପ୍ରତ୍ୟେକ କ୍ଷେତ୍ର ପରୀକ୍ଷା କରିଥାନ୍ତି ।

ଛଉ ରୋଗର ଉପଶମ ଅଛି କି ?

ଭିଟିଲ୍‌ଗୋ ପାଇଁ ଏପର୍ଯ୍ୟନ୍ତ କୌଣସି ଆରୋଗ୍ୟକାରୀ ଚିକିତ୍ସା ଉପଲବ୍ଧ ନାହିଁ । ରଙ୍ଗ ପରିବର୍ତ୍ତନକୁ ଅଟକାଇବା କିମ୍ବା ଧୀର କରିବା, ଚର୍ମରେ ରଙ୍ଗ ଫେରାଇବା ପାଇଁ ଚିକିତ୍ସା ଦିଆଯାଇପାରେ । ଏହି ଚିକିତ୍ସାର ଲକ୍ଷ୍ୟ ହେଉଛି ଯେ ଚର୍ମର ରଙ୍ଗକୁ ପୁନଃ ସ୍ଥାପିତ କରିବା । ଭିଟିଲ୍‌ଗୋ ପାଇଁ କେତେକ ସାଧାରଣ ଚିକିତ୍ସା ମଧ୍ୟରେ କାମୁଫ୍ଲେଜ୍ ଥେରାପି, ରିପିଗମେଣ୍ଟେସନ୍ ଥେରାପି, ଲାଇଟ୍ ଥେରାପି ଓ ସର୍ଜରୀ ଅନ୍ତର୍ଭୁକ୍ତ ।

ABOUT THE AUTHOR

...view details