ଓଡିଶା

odisha

By

Published : Mar 1, 2021, 2:08 PM IST

ETV Bharat / sukhibhava

ସ୍ମାର୍ଟଫୋନ ଦ୍ୱାରା ମୋତିଆବିନ୍ଦୁକୁ ଦୂରେଇ ରଖିହେବ

ମୋତିଆବିନ୍ଦୁ ହେଉଛି ଅପଟିକ୍ ସ୍ନାୟୁ ଜନିତ ରୋଗ । ବିଶ୍ୱବ୍ୟାପୀ ଆନୁମାନିକ ୭୯ ଦଶମିକ ୬ ମିଲିଅନ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରେ । ଯଦି ଏହାର ଚିକିତ୍ସା କରା ନଯାଏ, ତାହାହେଲେ ଏହା ପ୍ରଭୁତ କ୍ଷତିସାଧନ କରିବ । ଅଧିକ ପଢନ୍ତୁ...

ସ୍ମାର୍ଟଫୋନ ଦ୍ୱାରା ମୋତିଆବିନ୍ଦୁକୁ ଦୂରେଇ ରଖିହେବ
ସ୍ମାର୍ଟଫୋନ ଦ୍ୱାରା ମୋତିଆବିନ୍ଦୁକୁ ଦୂରେଇ ରଖିହେବ

ଆଖି ଯନ୍ତ୍ରଣା ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଆମେ ସ୍ମାର୍ଟଫୋନ ବ୍ୟବହାରକୁ ଦାୟୀ କରିଥାଉ । କିନ୍ତୁ ଏହି ସ୍ମାର୍ଟଫୋନ ହିଁ ମୋତିଆବିନ୍ଦୁର ପ୍ରାକ ଲକ୍ଷଣ ସମ୍ପର୍କରେ ସଠିକ ତଥ୍ୟ ଦେବା ସହ ନେତ୍ର ସମ୍ପର୍କିତ ରୋଗ ଓ ଅନ୍ଧତ୍ୱ ରୋକିପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି । ମୋତିଆବିନ୍ଦୁ ହେଉଛି ଅପଟିକ୍ ସ୍ନାୟୁ ଜନିତ ରୋଗ । ବିଶ୍ୱବ୍ୟାପୀ ଆନୁମାନିକ ୭୯ ଦଶମିକ ୬ ମିଲିଅନ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରେ । ଯଦି ଏହାର ଚିକିତ୍ସା କରା ନଯାଏ, ତାହାହେଲେ ଏହା ପ୍ରଭୁତ କ୍ଷତିସାଧନ କରିବ । ଅଧିକାଂଶ କ୍ଷେତ୍ରରେ ସଠିକ ଓ ଉପଯୁକ୍ତ ଚିକିତ୍ସା କରାଗଲେ ଅନ୍ଧତ୍ୱ ରୋକାଯାଇପାରିବ । ଗ୍ଲାଉକୋମା ଇନଟ୍ରାଓକ୍ୟୁଲାର ପ୍ରେସର-ଆଇଓପିର ଇଲେଭେଟେଡ ଲେବେଲ ସହ ସଂପକ୍ତ । ଏକ ସଠିକ ନନ୍ଇଭାସିଭ ଉପାୟରେ ଯଦି ବ୍ୟକ୍ତିର ଆଇଓପି ବେଶ କିଛି ଦିନ ଧରି ତଦାରଖ କରାଯାଏ, ତାହା ହେଲେ ଭଲ ଦୃଷ୍ଟି ଶକ୍ତି ବଜାୟ ରଖିବାରେ ଏହା ସହାୟକ ହେବ । ମୋବାଇଲ ମେଜରମେଂଟ୍ ମେଥଡରେ ବ୍ୟବହାର ହେଉଥିବା ଶବ୍ଦ ତରଙ୍ଗ ବୃଦ୍ଧି ପାଉଥିବା ଆଇଓପି ମୂଲ୍ୟକୁ ଠାବ କରିବ, ଯାହା ଦ୍ୱାରା କି ମୋତିଆବିନ୍ଦୁର ଚିହ୍ନଟ ଓ ଚିକିତ୍ସା ଶୀଘ୍ର ହୋଇପାରିବ ।

ଇଞ୍ଜିନିୟରିଂ ରିପୋର୍ଟ ନାମକ ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ବ୍ରିଟେନର ବର୍ମିଂହାମ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ସାଉଣ୍ଡ ୱେଭ ଓ ଏକ ଆଇ ମଡେଲ ବ୍ୟବହାର କରି ସଫଳତାର ସହପରୀକ୍ଷାନୀରିକ୍ଷା କରିଛନ୍ତି । ଏକ ବସ୍ତୁର ଅଭ୍ୟନ୍ତରୀଣ ଚାପ ଓ ଏହାର ଧ୍ୱନିକ ପ୍ରତିବିମ୍ବ ଗୁଣାଙ୍କ ମଧ୍ୟରେ ସଂପର୍କ ରହିଥିବା ଗବେଷଣାରୁ ଜଚ୍ଚାପଡିଛି ବୋଲି ୟୁନିଭର୍ସିଟି ଅଫ ବର୍ମିଂହାମର ଆଡଭାନ୍ସସଡ ମାନ୍ୟୁଫାକଚରିଂ ଗ୍ରୁପର ନିର୍ଦ୍ଦେଶକ ଖାମିସ ଏହା କହିଛନ୍ତି । ଆଇ ଜିଓମେଟ୍ରି ଓ ଏହା କିଭଳି ଶବ୍ଦତରଙ୍ଗ ସହ ଭାବ ବିନିମୟ କରେ, ସେ ସମ୍ପର୍କରେ ଅଧିକ ଗବେଷଣା କରାଗଲେ ସ୍ମାର୍ଟଫୋନ ବ୍ୟବହାର କରି ସଠିକ ଭାବେ ଆଇଓପି ମପାଯାଇପାରିବ ବୋଲି ସେ କହିଛନ୍ତି । ଅନ୍ୟାନ୍ୟ ଆଖିରୋଗ ପାଇଁ ରିସ୍କ ଫ୍ୟାକ୍ଟର ଠାବ କରିବା ସହଜ । ଉଦାହରଣ ସ୍ୱରୂପ, ଡାଏବେଟିକ ରେଟିନୋଥେରାପି କ୍ଷେତ୍ରରେ ଯେଉଁମାନଙ୍କର ମଧୁମେହ ଥାଏ, ସେମାନଙ୍କ ଉପରେ କଡା ନଜର ରଖିବାକୁ ପଡେ । ଆଖିର ରକ୍ତ ବାହିକାରେ ବିକଶିତ ଛୋଟ ଛୋଟ ଫୁଲା ଉପରେ ନଜର ରଖିବାକୁ ହୁଏ । ଭଳ ଦୃଷ୍ଟିଶକ୍ତି ପାଇଁ ଇନଟ୍ରାଓକ୍ୟୁଲାର ପ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ପରିମାପକ । ଆଇ ଫ୍ଲୁଏଡ୍ସର ଅନବରତ ନବୀକରଣ ଚାପ ହିଁ ଇନଟ୍ରାଓକ୍ୟୁଲାର ପ୍ରେସର । ଆକ୍ୟୁଓସ ଫ୍ଲୁଇଡ୍‌ର ଉତ୍ପାଦନ ଓ ଡ୍ରେନେଜରେ ଅସନ୍ତୁଳନ ସୃଷ୍ଟି ହେଲେ ଓକ୍ୟୁଲାର ହାଇପରଟେନସନ ହୋଇଥାଏ । ବୟସ୍କ ଲୋକଙ୍କ କ୍ଷେତ୍ରରେ ଓଳ୍ୟୁଲାର ହାଇପରଟେନସନ ସାଧାରଣ ଘଟଣା । ବୟସ ବଢିବା ସହ ବ୍ୟକ୍ତିର ମୋତିଆବିନ୍ଦୁ ସମସ୍ୟା ଦେଖାଯାଏ ।

ABOUT THE AUTHOR

...view details