ଲଣ୍ଡନ: ପିଲାମାନଙ୍କ କ୍ଷେତ୍ରରେ ଲଙ୍ଗ୍ କୋଭିଡ(Long Covid) ଲକ୍ଷଣ ସମୟ ଅନୁସାରେ ବଦଳିଯାଏ । ଅର୍ଥାତ୍ ଏହାର ଲକ୍ଷଣ ପିଲାମାନଙ୍କ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ନୁହେଁ, ସମୟ ଅନୁସାରେ ପରିବର୍ତ୍ତନ ଘଟେ ବୋଲି ଲାନ୍ସେଟ୍ ଷ୍ଟଡିରୁ ଜଣାପଡିଛି । ଶିଶୁ ଏବଂ ଯୁବକମାନେ ଅନୁଭୂତ କରୁଥିବା ଲଙ୍ଗ୍ କୋଭିଡର ଲକ୍ଷଣ ସମୟ ସହିତ ବଦଳିଥାଏ ଏବଂ କିଛି ଶିଶୁଙ୍କର ମୂଳ ଲକ୍ଷଣ ହ୍ରାସ ପାଇଥିବା ବେଳେ ନୂତନ ଲକ୍ଷଣ ପ୍ରକାଶ ପାଇଛି(Long Covid symptoms in kids change over time, reveals Lancet study) । ପିଲାମାନଙ୍କ ମଧ୍ୟରେ ଲଙ୍ଗ୍ କୋଭିଡ ଉପରେ କରାଯାଇଥିବା ବିଶ୍ବର ସର୍ବବୃହତ ଅଧ୍ୟୟନରୁ ଜଣାପଡିଛି, ଯାହା ଲାନସେଟ୍ ପତ୍ରିକାରେ ପ୍ରକାଶ ପାଇଛି ।
ଅନୁସନ୍ଧାନକାରୀମାନେ ଜୀବନର ଖରାପ ଗୁଣ ମାପିବା, ଭାବପ୍ରବଣ ତଥା ଆଚରଣଗତ ଅସୁବିଧା, ଖରାପ ସ୍ବାସ୍ଥ୍ୟ ଏବଂ ଥକ୍କା ଅନୁଭବ କରୁଥିବା ମାପକୁ ଦେଖିଥିଲେ ମଧ୍ୟ ଲଙ୍ଗ୍ କୋଭିଡର ଭିନ୍ନ ଲକ୍ଷଣ ଦେଖିବାକୁ ପାଇଛନ୍ତି । ଲାନସେଟ୍ ରିଜିଓନାଲ୍ ହେଲ୍ଥରେ ପ୍ରକାଶିତ ଅଧ୍ୟୟନରେ ଲଣ୍ଡନ ୟୁନିଭରସିଟି କଲେଜର ସ୍ନେହାଲ୍ ପିଣ୍ଟୋ ପେରେରା କହିଛନ୍ତି ଯେ, "ଅଧ୍ୟୟନ ଅପେକ୍ଷା ଆମର ଅନୁସନ୍ଧାନ ଗୋଟିଏ ପାଦ ଆଗକୁ ବଢିଥାଏ ଏବଂ ସୂଚାଇଥାଏ ଯେ, ଅନୁସନ୍ଧାନକାରୀମାନେ ସମାନ ପିଲା ଏବଂ ଯୁବକମାନଙ୍କ ଉପରେ ମେଜରମେଣ୍ଟକୁ ବାରମ୍ବାର ବ୍ୟବହାର କରି ସେମାନଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପଗୁଡ଼ିକୁ ଟ୍ରାକ୍ କରିବା ଆବଶ୍ୟକ ।