ଓଡିଶା

odisha

By

Published : Jan 24, 2022, 4:33 PM IST

ETV Bharat / sukhibhava

ରୋଗୀଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଦୀର୍ଘଦିନର କୋଭିଡ଼ ସଂକ୍ରମଣ: ବୈଜ୍ଞାନିକ

ଦୀର୍ଘ ସମୟ ଧରି କୋରୋନାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମସ୍ତିଷ୍କକୁ ଭାଇରସ ପ୍ରଭାବିତ କରୁଛି ବୋଲି ଇଣ୍ଡୋ-ଆମେରିକୀୟ ବୈଜ୍ଞାନିକ ଅବିନ୍ଦ୍ର ନାଥ କହିଛନ୍ତି । ଅଧିକ ପଢନ୍ତୁ

ରୋଗୀଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଲମ୍ବା କୋଭିଡ଼: ବୈଜ୍ଞାନିକ
ରୋଗୀଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଲମ୍ବା କୋଭିଡ଼: ବୈଜ୍ଞାନିକ

ହାଇଦ୍ରାବାଦ:ଅଧିକ ସମୟ ଧରି କୋଭିଡ଼ ମହାମାରୀରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପାଇ ବଢିଛି ବିପଦ । କାରଣ ଲମ୍ବା କୋଭିଡ଼ ଆକ୍ରାନ୍ତଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି । ତେବେ ଏ ସମ୍ପର୍କରେ ନେସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥର କ୍ଲିନିକାଲ ନିର୍ଦ୍ଦେଶକ ତଥା ଇଣ୍ଡୋ ଆମେରିକୀୟ ବୈଜ୍ଞାନିକ ଅବିନ୍ଦ୍ର ନାଥ ସୂଚନା ଦେଇଛନ୍ତି ।

କୋଭିଡ଼ ଆକ୍ରାନ୍ତଙ୍କ ଠାରେ ସ୍ବାଦ ପଳାଇବା ସହିତ ଗନ୍ଧ ବାରି ନ ପାରିବା, ମୁଣ୍ଡବ୍ୟଥା, ଷ୍ଟ୍ରୋକ୍‌ ଆଦି ଅନେକ ଲକ୍ଷଣ ଦେଖିବାକୁ ମିଳୁଛି । ତେବେ କୋଭିଡ଼-୧୯ ଭାଇରସ ସିଧାସଳଖ ମସ୍ତିଷ୍କ ଉପରେ ବିଶେଷ ପ୍ରଭାବ ପକାଉ ନାହିଁ । କିନ୍ତୁ ଶରୀରରେ ସ୍ନାୟୁ ଉପରେ ପ୍ରଭାବ ପକାଉଥିବାରୁ ଏହା ଧୀରେ ଧୀରେ ମସ୍ତିଷ୍କ ଉପରେ ପ୍ରଭାବ ପଡୁଛି ବୋଲି ସେ କହିଛନ୍ତି । ଫଳରେ ମସ୍ତିଷ୍କର ରକ୍ତ ବାହିକା(blood vessels) ପ୍ରଭାବିତ ହେଉଛି ।

ଏହା ବି ପଢନ୍ତୁ: ଚାଲିବା ଦ୍ବାରା ହ୍ରାସପାଏ ଟାଇପ-୨ ମଧୁମେହ

ଦୀର୍ଘ ସମୟ ଧରି କୋଭିଡ଼ରେ ଆକ୍ରାନ୍ତ ରହୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀରେ ବିଭିନ୍ନ ପ୍ରକାରର ଲକ୍ଷଣ ଅନ୍ତର୍ଭୁକ୍ତ ହେଉଛି । ଯେପରିକି ସ୍ବାଦ ଏବଂ ଗନ୍ଧ ହରାଇବା, ଦୁର୍ବଳ ଏକାଗ୍ରତା, ଥକାପଣ, ଯନ୍ତ୍ରଣା, ଶୋଇବାରେ ସମସ୍ୟା ଏବଂ ମୁଣ୍ଡବିନ୍ଧା ଭଳି ମାନସିକ ପ୍ରଭାବ ଯେପରିକି ଉଦାସୀନତା କିମ୍ବା ସାଇକୋସିସ୍ ଭଳି ସମସ୍ୟା ଦେଖାଦେଉଛି । କୋଭିଡ଼ ସଂକ୍ରମଣରେ ଶରୀରର ସମ୍ଭାବ୍ୟ ପ୍ରତିକ୍ରିୟା ଏବଂ ସେହି ପ୍ରତିକ୍ରିୟାଗୁଡ଼ିକ କିପରି ଅଧିକ ସମୟ ଧରି କୋଭିଡ଼ରେ ଆକ୍ରାନ୍ତଙ୍କ ଶରୀରକୁ ପ୍ରଭାବିତ କରୁଛି ଏହା ଉପରେ ନାଥ ଗବେଷଣା କରିଥିଲେ ।

କୋଭିଡ଼ରେ ଆକ୍ରାନ୍ତ ହେଉଥିବା ପ୍ରତ୍ୟେକ ରୋଗୀଙ୍କ ଠାରେ ସମାନ ଲକ୍ଷଣ ଦେଖାଯାଉନାହିଁ । ଅର୍ଥାତ୍‌ କିଛି ରୋଗୀଙ୍କ ଠାରେ ଗୁରୁତର ଲକ୍ଷଣ ଦେଖା ଦେଉଛି । ଏମିତିକି ଅଧିକ ସମୟ ଧରି କୋଭିଡ଼ର ଆକ୍ରାନ୍ତ ହେଉଥିବା ରୋଗୀଙ୍କ ଲକ୍ଷଣ ଏତେ ଗୁରୁତର ନଥିବା ବେଳେ କିଛି ମାତ୍ରାରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କଠାରେ ଗୁରୁତର ଲକ୍ଷଣ ଦେଖାଦେଉଛି । ଏଥିଲାଗି ନାଥ ଏହା ଉପରେ ତୁରନ୍ତ ବିଶ୍ବସ୍ତରୀୟ ଗବେଷଣା ଆବଶ୍ୟକ ବୋଲି କହିଛନ୍ତି ।

@IANS

ABOUT THE AUTHOR

...view details