ଓଡିଶା

odisha

By

Published : Oct 12, 2022, 1:14 PM IST

ETV Bharat / sukhibhava

Leukemia Blood Cancer in Kids: ଜାଣନ୍ତୁ କାରଣ, ଲକ୍ଷଣ ଓ ନିରାକରଣ

ଓସ୍କାର ପାଇଁ ମନୋନୀତ 'ଛେଲୋ ସୋ'(Chhello Show Nominated For Oscar)ର ଶିଶୁ କଳାକାର ରାହୁଲ କୋଲି, ଲ୍ୟୁକେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ତେବେ ଏହି ରୋଗ କଣ ? ଏହାର କାରଣ, ଲକ୍ଷଣ ଓ ନିରାକରଣ ବାବଦରେ ଜାଣନ୍ତୁ ।

Leukemia Blood Cancer in Kids: ଜାଣନ୍ତୁ କାରଣ, ଲକ୍ଷଣ ଓ ନିରାକରଣ
Leukemia Blood Cancer in Kids: ଜାଣନ୍ତୁ କାରଣ, ଲକ୍ଷଣ ଓ ନିରାକରଣ

ହାଇଦ୍ରାବାଦ: ରୋଗ, ଜରା, ବ୍ୟାଧି ମଣିଷ ଜୀବନରେ ଅବସମ୍ଭାବି । ହେଲେ ଅକାଳରେ ଦୁରାରୋଗ୍ୟ, କେତେ କାହାର ସ୍ବପ୍ନ ଛଡାଇ ନେଉଛି । ଏପରି ଅଧାରେ ରହିଯାଇଛି ଓସ୍କାର ପାଇଁ ମନୋନୀତ 'ଛେଲୋ ସୋ'(Chhello Show Nominated For Oscar)ର ଶିଶୁ କଳାକାର ରାହୁଲ କୋଲିଙ୍କ ସ୍ବପ୍ନ । ଚଳଚ୍ଚିତ୍ର ରିଲିଜ୍‌ର ମାତ୍ର ଦୁଇ ଦିନ ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି ରାହୁଲ(child actor Rahul Koli dies) । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କି, ମାତ୍ର 10 ବର୍ଷ ବୟସରେ ରାହୁଲ ଲ୍ୟୁକେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି(Rahul Koli dies in leukemia) ।

Leukemia Blood Cancer in Kids: ଜାଣନ୍ତୁ କାରଣ, ଲକ୍ଷଣ ଓ ନିରାକରଣ

ତେବେ ପିଲାମାନଙ୍କ ଠାରେ ଦେଖା ଯାଉଥିବା ଲ୍ୟୁକେମିଆ କଣ, ଏହାର କାରଣ, ଲକ୍ଷଣ ଓ ନିରାକରଣ ବାବଦରେ ଜାଣନ୍ତୁ...

ଲ୍ୟୁକେମିଆ କଣ(What is Leukemia) ?

ଲ୍ୟୁକେମିଆ ହେଉଛି ଏକ ରକ୍ତ କର୍କଟ । ଏହା ସାଧାରଣତଃ ଛୋଟ ପିଲାମାନଙ୍କ ଠାରେ ଏହି ପ୍ରକାର ରୋଗ ଦେଖାଯାଇଥାଏ । ଠିକ୍ ସମୟରେ ଚିକିତ୍ସା ଏବଂ ନିରାକରଣ ଗୁରୁତ୍ୱପୂର୍ଣ୍ଣ ।

ରକ୍ତ କର୍କଟ କ’ଣ ଏବଂ ଏହା ଶରୀରକୁ କିପରି ପ୍ରଭାବିତ କରେ ?

ଆନ୍ତର୍ଜାତୀୟ କର୍କଟ ସଂଗଠନ ଅନୁଯାୟୀ, ଲ୍ୟୁକେମିଆ ହେଉଛି କର୍କଟ ଯାହା ଆପଣଙ୍କର ଶ୍ବେତ ରକ୍ତ କଣିକା(White blood Cells)କୁ ପ୍ରଭାବିତ କରିଥାଏ । ଶ୍ୱେତ ରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀର ଏକ ପ୍ରମୁଖ ଅଂଶ । ଯେତେବେଳେ ଏହି କୋଷଗୁଡ଼ିକ ପ୍ରଭାବିତ ହୁଏ, ଅସ୍ଥି ମଜ୍ଜାରେ ଅସ୍ୱାଭାବିକ ଶ୍ବେତ କୋଷ ସୃଷ୍ଟି ହୁଏ ଯାହା ରକ୍ତ ପ୍ରବାହ ଦେଇ ଶରୀରର ଅନ୍ୟ ଅଂଶରେ ପହଞ୍ଚି ସୁସ୍ଥ କୋଷ ଉପରେ ଚାପ ପକାଇଥାଏ । ଯେତେବେଳେ ଏହି ସୁସ୍ଥ କୋଷ ଗୁଡ଼ିକ ଅସ୍ୱାଭାବିକ ହୋଇଯାଏ, ସଂକ୍ରମଣ ଏବଂ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ବଢିଯାଏ । ଏହିପରି ସଂକ୍ରମଣ ସହ ଲଢିବା ପାଇଁ ଶିଶୁ ଏବଂ କିଶୋର ବୟସ୍କମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ।

ପିଲାମାନଙ୍କର ଦେଖାଯାଉଥିବା ବ୍ଲଡ୍ କ୍ୟାନ୍ସର ଏବଂ ଏହାର ବିପଦ ?

ପିଲାମାନଙ୍କ ଠାରେ ସାଧାରଣତଃ କୌଣସି ଜଟିଳ ରୋଗ ବିପଦର କାରଣ ନଥାଏ । ସାଧାରଣ ସଂକ୍ରମଣ ଏବଂ ରୋଗ ପ୍ରତିରୋଧକ ସମସ୍ୟା ସହିତ ଜନ୍ମ ସମୟର ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ କିଛି ରୋଗ ହୋଇଥାଏ । ଯଦି ପରିବାରରେ କୌଣସି ସଦସ୍ୟ ରକ୍ତ କର୍କଟ ରୋଗରେ ପୀଡିତ ଥାଆନ୍ତି ତେବେ ସମ୍ଭାବନା ବଢି ଯାଇଥାଏ । ଯାହାକୁ ଲି-ଫ୍ରୁମେନି ସିଣ୍ଡ୍ରୋମ(Li-Fraumeni Syndrome) କୁହାଯାଏ, ଯାହାର ଅର୍ଥ ହେଉଛି ‘ବଂଶାନୁକ୍ରମିକ କର୍କଟ ଅବସ୍ଥା’ ।

ସଂକ୍ରମିତ ଜିନ୍ ଆଧାରରେ ପିଲାମାନଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଥାଏ । ଯଦି ପିଲାଟି କୌଣସି ପ୍ରକାରର ବିକିରଣ ଚିକିତ୍ସା(radiation therapy ) କିମ୍ବା ଅତୀତରେ କୌଣସି ଚିକିତ୍ସା ସମୟରେ ବେନଜିନ(benzene) ପରି ରାସାୟନିକ ପଦାର୍ଥର ଅତ୍ୟଧିକ ବ୍ୟବହାରରେ ଆକ୍ରାନ୍ତ ହୋଇଥାଏ, ତେବେ ଶରୀରରେ ରକ୍ତ କର୍କଟ ହେବାର ଆଶଙ୍କା ବଢିଥାଏ ।

କିଡ୍ସରେ ରକ୍ତ କ୍ୟାନସରର ସଙ୍କେତ ଏବଂ ଲକ୍ଷଣ

ଅଧିକାଂଶ ପିଲାମାନେ ଲ୍ୟୁକେମିଆରେ ପୀଡିତ ଥିବାବେଳେ କୌଣସି ଅସାଧାରଣ ଲକ୍ଷଣ କିମ୍ବା ସଙ୍କେତ ଜଣାପଡେ ନାହିଁ । କାରଣ ଏହା ଏକ ପ୍ରତିରକ୍ଷା ସମ୍ବନ୍ଧୀୟ ରୋଗ । ତଥାପି ନିମ୍ନରେ କେତେକ ମୁଖ୍ୟ ଲକ୍ଷ୍ୟଣ ବାବଦରେ ଆଲୋଚନା କରାଯାଇଛି...

ଅତ୍ୟଧିକ ଥକ୍କା: ଯଦି ଆପଣଙ୍କ ପିଲା ସବୁବେଳେ ଥକ୍କା ଅନୁଭବ କରୁଛି, କିମ୍ବା ଅନ୍ୟ ପିଲାମାନଙ୍କ ସହିତ ଖେଳିବା ସମୟରେ ନିଜକୁ ଶାରୀରିକ ଭାବରେ ଦୁର୍ବଳ ଅନୁଭବ କରୁଛି ତେବେ ଧ୍ୟାନ ଦିଅନ୍ତୁ । କୌଣସି କାମ ନ କରି ମଧ୍ୟ ଯଦି ସେ ଥକ୍କା ଅନୁଭବ କରୁଛି ତେବେ ନିଶ୍ଚିତ୍ ରୂପେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ରକ୍ତସ୍ରାବ କିମ୍ବା ଘା’: ପିଲାମାନେ ସବୁ ପ୍ରକାରର ଆଘାତ ସହିତ ବଢନ୍ତି । ଛୋଟ ଛୋଟ ଆଘାତ, କିଛିଦିନ ମଧ୍ୟରେ ସ୍ବତ୍ତପ୍ରୋତ ଭାବେ ଠିକ୍ ହୋଇଯାଏ । ମାତ୍ର ଯଦି କିଛି ଗମ୍ଭୀର ସମସ୍ୟା ରହିଥାଏ, ଦୀର୍ଘଦିନ ଯଦି ଠିକ୍ ନ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତି । ଏହାସହ ଯଦି ପିଲାଟିର ଅଧିକାଂଶ ସମସ୍ୟରେ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳେ, ଏହା ଏକ ବଡ଼ ସମସ୍ୟାର ସଙ୍କେତ ହୋଇପାରେ ।

ସଂକ୍ରମଣ ଏବଂ ଜ୍ୱର: ଉଭୟ ଶିଶୁ ଏବଂ ବୟସ୍କଙ୍କର ସମସ୍ତ ପ୍ରକାରର କର୍କଟରେ ଏହା ଏକ ସାଧାରଣ ଲକ୍ଷଣ । ଯଦି ଆପଣ କ୍ରମାଗତ ଭାବରେ ଜ୍ୱରର ସମ୍ମୁଖୀନ ହେଉଛନ୍ତି ଏବଂ ପିଲାଟିକୁ କୌଣସି ଜିନିଷରେ ଆଗ୍ରହ ହେଉନଥାଏ, ଭଲ ଲାଗୁନଥାଏ, ତେବେ ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ରହିଛି ।

ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା କିମ୍ବା କାଶ: ଯଦି ଆପଣଙ୍କର ପିଲାଙ୍କର ଫୁସଫୁସ ସମ୍ବନ୍ଧୀୟ କୌଣସି ସମସ୍ୟା ନଥାଏ, ତେବେ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହୁଏ ନାହିଁ । ଯଦି ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା କିମ୍ବା କାଶ ଲାଗି ରହୁଥାଏ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଅନ୍ୟାନ୍ୟ ଲକ୍ଷଣ ଅଛି ଯାହା ସାଧାରଣ ନୁହେଁ କିନ୍ତୁ ରକ୍ତ କର୍କଟରେ ପୀଡିତ ପିଲାମାନଙ୍କ ଠାରେ ଚିହ୍ନଟ କରାଯାଏ । ଏଥି ମଧ୍ୟରେ ମାଢି ସମସ୍ୟା(gum problems problem), ଶରୀରରେ ଘା', କ୍ରମାଗତ ଓଜନ ହ୍ରାସ, ଶରୀରର ଯେକୌଣସି ଅଙ୍ଗରେ ଫୁଲିଯିବା, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ନିୟମିତ ବାନ୍ତି ।

ତେବେ କହି ରଖୁଛି ଯେ, ଲ୍ୟୁକେମିଆରେ ପ୍ରାଣ ହରାଇଥିବା ରାହୁଲଙ୍କ ଅଭିନୀତ ଗୁଜୁରାଟୀ ଫିଲ୍ମ 'ଛେଲୋ ସୋ'(The Last Film Show) 95ତମ ଓସ୍କାର ଆୱାର୍ଡ ସେରିମନି 2023ରେ ପ୍ରବେଶ କରିଥିଲା । ଏନେଇ ଘୋଷଣା ହେବା ପରେ ଫିଲ୍ମରେ ଚମତ୍କାର ଅଭିନୟ କରିଥିବା ରାହୁଲଙ୍କୁ ସବୁଠି ଭୁରି ଭୁରି ପ୍ରଶଂସା କରାଯାଇଥିଲା । କୁନି କଳାକାର ଭାବେ ତାଙ୍କ ଅଭିନୟ ଯାଦୁ ସମସ୍ତଙ୍କୁ ଚକିତ କରିଥିଲା । ହେଲେ 'ଛେଲୋ ସୋ' ଅକ୍ଟୋବର 14 ରେ ରିଲିଜ୍ ପୂର୍ବରୁ ଆଖି ବୁଜିଛନ୍ତି ରାହୁଲ ।

ABOUT THE AUTHOR

...view details