ହାଇଦ୍ରାବାଦ:ଏଣିକି ଗର୍ଭନିରୋଧକ ନେଇପାରିବେ ପୁରୁଷ । ପୂର୍ବରୁ ମହିଳାମାନେ ଗର୍ଭନିରୋଧକ ଔଷଧ ନେଉଥିବା ବେଳେ ବର୍ତ୍ତମାନ ଅବାଞ୍ଛିତ ଗର୍ଭପାତକୁ ରୋକିବାରେ ସହାୟକ ହେବେ ପୁରୁଷ । 7 ବର୍ଷ ଧରି ଏହା ଉପରେ ଅନୁସନ୍ଧାନ କରୁଥିବା ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR)କୁ ମିଳିଲା ବଡ ସଫଳତା । ବିଶେଷ କଥା ହେଉଛି ପୁରୁଷଙ୍କ କ୍ଷେତ୍ରରେ ଏହା ବିଶ୍ବର ପ୍ରଥମ ଗର୍ଭନିରୋଧକ ଇଞ୍ଜେକ୍ସନ୍ ହୋଇଥିବା ବେଳେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଇଛି । ICMRର ଏହି ଅନୁସନ୍ଧାନ ଅନୁଯାୟୀ, ଗର୍ଭଧାରଣକୁ ରୋକିବାରେ ଏହି ଇଞ୍ଜେକ୍ସନ୍ 99 ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ହେବ ।
7 ବର୍ଷର ଅନୁସନ୍ଧାନ: ଖବର ଅନୁସାରେ, ପୁରୁଷ ଗର୍ଭନିରୋଧକ RISUG କୁ ସଫଳତାର ସହ ପରୀକ୍ଷା କରିବାକୁ ICMR 7 ବର୍ଷ ଲାଗଲା । ଏହାର ଅନୁସନ୍ଧାନ ପାଇଁ ICMR 303 ସୁସ୍ଥ ବିବାହିତ ପୁରୁଷଙ୍କୁ ଏହି ଇଞ୍ଜେକ୍ସନ୍ ଦେଇଥିଲା ଏବଂ 7 ବର୍ଷର ଅନୁସନ୍ଧାନ ପରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ଏହି ଇଞ୍ଜେକ୍ସନ୍ ନନ ହରମୋନ୍ ଇଞ୍ଜେକଟେବଲ ଗର୍ଭନିରୋଧକ(Non hormonal injectable male contraceptive) ଅଟେ । ତେବେ ଏହି ଇଞ୍ଜେକ୍ସନ ଦ୍ବାରା କୌଣସି ଗମ୍ଭୀର ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ଦେଖାଯାଉନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।
ଗତମାସରେ ଇଣ୍ଟର ନ୍ୟାସନାଲ ଓପନ ଆସେସ ଆଣ୍ଟ୍ରୋଲୋଜି ଜୋନାଲରେ ପ୍ରକାଶିତ ତଥ୍ୟ ଅନୁସାରେ, ଏହି ଇଞ୍ଜେକ୍ସନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ 25 ରୁ 40 ବର୍ଷୀୟ 303 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଓପନ ଲାବ ଏବଂ ନନ ରାଣ୍ଡୋମାଇଜ, ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଅଧିନରେ ତୃତୀୟ କ୍ଲିନିକାଲ ଟ୍ରାଏଲ 5ଟି ଭିନ୍ନ କେନ୍ଦ୍ରରେ କରାଯାଇଥିଲା । ନୂଆଦିଲ୍ଲୀ, ଉଦାମପୁର, ଲୁଧିଆନା, ଜୟପୁର ଏବଂ ଖଡଗପୁରରେ ଏହାର ଟ୍ରାଏଲ କରାଯାଇଥିବା ବେଳେ ଏଥିରେ ଆଇସିଏମଆରର ମୁଖ୍ୟ ଭୂମିକା ରହିଥିଲା ।
ରିସର୍ଚ୍ଚରେ ଏହା ଖୁଲାସା ହୋଇଛି: ଅନ୍ତର୍ଜାତୀୟ ଓପନ୍ ଆକ୍ସେସ୍ ଜର୍ନାଲ୍ ଆଣ୍ଡ୍ରୋଲୋଜିରେ ପ୍ରକାଶିତ ଏକ ଓପନ୍-ଲେବଲ୍ ଏବଂ ଅଣ-ରାଣ୍ଡମାଇଜଡର ତୃତୀୟ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ, ରିସର୍ଚ୍ଚ ପାଇଁ 25ରୁ 40 ବର୍ଷୀୟ 303 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଲୋକଙ୍କୁ ରିସଗ(ଇନହିବିସନ ଅଫ୍ ସ୍ପର୍ମ ଅଣ୍ଡର ଗାଇଡାନ୍ସ) 60 ମିଲିଗ୍ରାମ ଦିଆଯାଇଥିଲା ।