ଓଡିଶା

odisha

By

Published : Aug 1, 2022, 2:07 PM IST

ETV Bharat / sukhibhava

ଯୌନ ସମ୍ପର୍କ ଦ୍ବାରା ବ୍ୟାପେ କି ମଙ୍କିପକ୍ସ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ମଙ୍କିପକ୍ସକୁ WHO ବୈଶ୍ବିକ ଏମରେଜନ୍ସି ଘୋଷଣା କରିବା ପରେ ଯୌନ ସମ୍ପର୍କ ଦ୍ବାରା ସଂକ୍ରମଣ ବଢେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ତେବେ ଭାଇରସ ଆଲିଙ୍ଗନ, ଚୁମ୍ବନ ଦ୍ବାରା ବ୍ୟାପୁଥିବା ଜଣାପଡ଼ିଥିବା ବେଳେ ଜାଣନ୍ତୁ ଏ ନେଇ କଣ କହୁଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ

ଯୌନ ସମ୍ପର୍କ ଦ୍ବାରା ବ୍ୟାପେ କି ମଙ୍କିପକ୍ସ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ଯୌନ ସମ୍ପର୍କ ଦ୍ବାରା ବ୍ୟାପେ କି ମଙ୍କିପକ୍ସ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ହାଇଦ୍ରାବାଦ: ସାରା ବିଶ୍ବରେ ଏବେ ମଙ୍କିପକ୍ସ ରୋଗ ଚିନ୍ତାର କାରଣ ପାଲଟିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମଙ୍କିପକ୍ସକୁ ପବ୍ଲିକ ହେଲ୍‌ଥ ଏମରେଜେନ୍ସି ଘୋଷଣା କରିବା ପରେ ଏହାକୁ ନେଇ ବିଶ୍ବବାସୀଙ୍କ ଚିନ୍ତା ବଢିଛି । ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି ଯୌନ ସମ୍ପର୍କ ଦ୍ବାରା ଏହି ରୋଗ ବ୍ୟାପିଥାଏ କି ? କାରଣ ଭାଇରସ ଯୌନ ସମ୍ପର୍କ ଦ୍ବାରା ବ୍ୟାପିଥାଏ, ତେବେ ଏଭଳି ପ୍ରଶ୍ନ ମନରେ ଆସିବା ସ୍ବାଭାବିକ। ତେବେ ଆସନ୍ତୁ ଜାଣିବା ଏ ନେଇ ବିଶେଷଜ୍ଞଙ୍କ ମତ କଣ ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଚର୍ମ ନାଲି ପଡ଼ିବା, ଶରୀରର ତରଳ ପଦାର୍ଥ (ପୁଜ ଆଦି) ସଂକ୍ରମଣର ଲକ୍ଷଣ ହୋଇଥାଏ । ଭାଇରସ ଲାଳ (Saliva) ଦ୍ବାରା ମଧ୍ୟ ବ୍ୟାପିଥାଏ । ଭାଇରସ ସଂସ୍ପର୍ଶରେ ଆସିଥିବା ଜିନିଷ ଦ୍ବାରା ଜଣେ ବ୍ୟକ୍ତି ସଂସ୍ପର୍ଶରେ ଆସିଲେ ସେ ସଂକ୍ରମିତ ହୋଇଥାଏ । ଯେପରିକି ପୋଷାକ, ଶଯ୍ୟା, ତଉଲିଆ, ବାସନ ଆଦି ଏଥିର ଅନ୍ତର୍ଭୁକ୍ତ । ଏଠାରେ ଫିଜିକାଲ କଣ୍ଟାକ୍ଟ ସମ୍ପର୍କରେ ଆଲୋଚନା କଲେ ଯୌନ ସମ୍ପର୍କ ନିହାତି ଆଲୋଚନାର ବିଷୟ ।

ଡକ୍ଟର ଧିରେନ ଗୁପ୍ତାଙ୍କ କହିବାନୁସାରେ, "ମଙ୍କିପକ୍ସରେ ଆକ୍ରାନ୍ତ ବ୍ୟକ୍ତି ସହିତ ସଂସ୍ପର୍ଶରେ ଆସିଲେ ଉକ୍ତ ବ୍ୟକ୍ତି ସଂକ୍ରମିତ ହୋଇଥାଏ । ଆଲିଙ୍ଗନ (Hugging), ଚୁମ୍ବନ କରିବା ସମୟରେ ଏହି ଭାଇରସ ବ୍ୟାପିଥାଏ । ଏହାବ୍ୟତୀତ ଯୌନ ସମ୍ପର୍କ ସମୟରେ ଯଦି ଜଣେ ବ୍ୟକ୍ତି ଆକ୍ରାନ୍ତଙ୍କ ଦ୍ବାରା ବ୍ୟବହୃତ ଜିନିଷକୁ ସ୍ପର୍ଶ କରିଥାଏ, ତେବେ ସେ ସଂକ୍ରମିତ ହୋଇଥାଏ । ଏକାଧିକ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ରଖିଲେ ମଧ୍ୟ ସଂକ୍ରମିତର ଆଶଙ୍କା ବଢିଥାଏ ।"

କଣ୍ଡୋମ ବ୍ୟବହାର ଫଳପ୍ରଦ କି ?

ସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ମନୋଜ ଶର୍ମାଙ୍କ କହିବାନୁସାରେ ଏହି ଭାଇରସ ଆଲିଙ୍ଗନ, ଚୁମ୍ବନ ବା ଆକ୍ରାନ୍ତ ଦ୍ବାରା ବ୍ୟବହୃତ କୌଣସି ଜିନିଷକୁ ସ୍ପର୍ଶ କରିବା ଦ୍ବାରା ବ୍ୟାପୁଥିବାରୁ କଣ୍ଡୋମର ବ୍ୟବହାର ଏଠାରେ ଫଳପ୍ରଦ ହୋଇନଥାଏ । ଏଥିରୁ ସ୍ପଷ୍ଟ ଯେ ଯୌନ ସମ୍ପର୍କ ଦ୍ବାରା ମଙ୍କିପକ୍ସ ବ୍ୟାପିଥାଏ । ଏଣୁ ଏଭଳି ସମସ୍ୟାରୁ ବର୍ତ୍ତିବାକୁ ହେଲେ ଆମକୁ ମାସ୍କ ଲଗାଇବା ସହ ସାନିଟାଇଜ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ଉଚିତ ।

ସତର୍କତା:-

WHO ଅନୁସାରେ ମଙ୍କିପକ୍ସ ଦ୍ବାରା ଆକ୍ରାନ୍ତ ହେବାର ଅନେକ କାରଣ ରହିଛି । କେବଳ ଯୌନ ସମ୍ପର୍କ ନୁହେଁ ଅନ୍ୟ କାରଣ ଦ୍ବାରା ମଧ୍ୟ ଏହା ବ୍ୟାପୁଛି । ତେବେ ଏଭଳି ସ୍ଥିତିରେ ବ୍ୟକ୍ତିଗତ ଭାବେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆପଣ କାହା ସଂସ୍ପର୍ଶରେ ଆସିବେ, କାହା ସହ ସମ୍ପର୍କ ଗଢିବେ ଏଗୁଡ଼ିକ ପ୍ରତି ନିଜେ ସଚେତନ ହେବା ଆବଶ୍ୟକ। ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ମାତ୍ରେ ଏହି ଭାଇରସ ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ବଢିଥାଏ । ସଂକ୍ରମଣ କେବଳ ଶାରୀରିକ ସମ୍ପର୍କରେ ସୀମିତ ନାହିଁ । ଏଥିପ୍ରତି ନିଜେ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ABOUT THE AUTHOR

...view details