ଓଡିଶା

odisha

By

Published : Sep 22, 2021, 12:05 PM IST

ETV Bharat / state

ରାଏବଗା ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା; ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ରାଏବଗା ସ୍କୁଲ ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଘଟଣାର ଚୂଡାନ୍ତ ରାୟ ଦେଲେ ପୋକ୍ସୋ କୋର୍ଟ । ଅଭିଯୁକ୍ତ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଅଧିକ ପଢନ୍ତୁ...

ରାଏବଗା ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ;ଅଭିଯୁକ୍ତ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ
ରାଏବଗା ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ;ଅଭିଯୁକ୍ତ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ:ରାଏବଗା ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଆଜି ମାମଲାର ରାୟ ପ୍ରକାଶ କରି ୩ ଜଣଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି କୋର୍ଟ । ଅଭିଯୁକ୍ତ ତିନିଜଣ ହେଉଛନ୍ତି ଅଜୟ କୁଜୁର , ମୁକ୍ତି ବାଡା ଓ ବିରେନ୍ଦ୍ର ମାଝି । ସେମାନଙ୍କ ଘର ରାଏବଗା ଥାନା ଖଇରା ବାହାଲ ବୋଲି ଜଣାପଡିଛି । ଏମାନେ ଗତ 2016 ମସିହା ଅକ୍ଟୋବର ମାସ 12 ତାରିଖରେ ଏହି ଜଘନ୍ୟକାଣ୍ଡ ଘଟାଇଥିଲେ ।

ରାଏବଗା ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ;ଅଭିଯୁକ୍ତ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ

ସୂଚନା ଅନୁସାରେ, 2016 ମସିହା ଅକ୍ଟୋବର ମାସ 12 ରେ ନାବାଳିକାଟି ସଣ୍ଡେ ସ୍କୁଲ ପ୍ରୋଗ୍ରାମକୁ ଆସିଥିଲେ । ଏହି ସମୟରେ ଏହି ତିନି ଅଭିଯୁକ୍ତ ନାବାଳିକାଙ୍କୁ ତାଙ୍କ ସାଙ୍ଗମାନଙ୍କ ସମ୍ମୁଖରୁ ବଳ ପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ପରେ ଏ ମାମଲା ଥାନାରେ ପହଞ୍ଚିଥିଲା । ରାଏବଗାର ତତ୍କାଳୀନ ପୋଲିସ ଅଧିକାରୀ ସବ ଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ପ୍ରଧାନ ମାମଲାକୁ ଅତି ଗୁରୁତର ସହ ନେଇଥିଲେ । ଅଭିଯୁକ୍ତ ମାନଙ୍କୁ 24 ଘଣ୍ଟା ମଧ୍ୟରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ମଙ୍ଗଳବାର ସେହି ଘଟଣାର ଐତିହାସିକ ରାୟ ଦେଇଛନ୍ତି ମାନ୍ୟବର ପୋକ୍ସୋ କୋର୍ଟ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଦେବାଶିଶ ମିଶ୍ର ବଳିଷ୍ଠ ଯୁକ୍ତି ଓ ପ୍ରମାଣ ଉପସ୍ଥାପନ କରିଥିଲେ । ସମସ୍ତ ପ୍ରମାଣ ଓ ଯୁକ୍ତିକୁ ଭିତ୍ତିକରି ମାନ୍ୟବର ପୋକ୍ସୋକୋର୍ଟର ବିଚାରପତି ପାର୍ଥ ସାରଥୀ ପଟ୍ଟନାୟକ ଏହି ଅନ୍ତିମ ରାୟ ଶୁଣାଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details