ଓଡିଶା

odisha

By

Published : Dec 5, 2019, 7:30 PM IST

ETV Bharat / state

ପ୍ରେମୀଯୁଗଳଙ୍କୁ କାବୁ କରି ବାନ୍ଧିଲେ ପତିଙ୍କ ପରିବାର, ଶ୍ବଶୂର ଘର ନାଁରେ ଏତଲା

ପ୍ରେମିକ ସହ ବିବାହିତା ମହିଳା ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପ୍ରେମୀଯୁଗଳଙ୍କୁ କାବୁ କରିଛନ୍ତି ସ୍ବାମୀ ଓ ପରିବାର । ସେମାନଙ୍କୁ ବାନ୍ଧି ନିର୍ଯାତନା ଦେବା ସହ ଏକ ଲକ୍ଷ ଟଙ୍କା ଦାବି କରିବାରୁ ସ୍ବାମୀ ଓ ଶ୍ବଶୁରଙ୍କ ନାରେ ମାମଲା ରୁଜୁ କଲେ ମହିଳା ।

kangaru court case registered
ବିବାହିତା ଓ ପ୍ରେମିକାଙ୍କୁ ନିର୍ଯାତନା

ରାଉରକେଲା: ପ୍ରେମିକ ସହ ବିବାହିତା ମହିଳା ଫେରାର ଉଦ୍ୟମକୁ ପଣ୍ଡ କରିଛନ୍ତି ସ୍ବାମୀଙ୍କ ପରିବାର । ସେପଟେ ସ୍ବାମୀ, ଶ୍ୱଶୁର ଏବଂ ଅନ୍ୟମାନେ ମିଶି ପ୍ରେମୀଯୁଗଳଙ୍କୁ ବାନ୍ଧି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଗୁରୁବାର ରାଉରକେଲା ଲାଠିକଟା ଥାନାରେ ମାମଲା ରୁଜୁ ହୋଇଛି । ନିର୍ଯାତିତ ମହିଳାଙ୍କ ଅଭିଯୋଗ କ୍ରମେ ସ୍ବାମୀ, ଶ୍ବଶୁର ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରାଯାଇ 164 ଧାରାରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି ।

ବିବାହିତା ଓ ପ୍ରେମିକାଙ୍କୁ ନିର୍ଯାତନା

ଜମ୍ବୁ ଓରାମ, ଶ୍ରୀଧର ଓରାମ, ସୁନୀଲ ଓରାମ ତଥା ଅନ୍ୟ ମାନଙ୍କ ବିରୁଦ୍ଧରେ ଆଇପିସିର ଧାରା 498(କ), 323, 341, 385, 506, 34 ତଥା 4 ଡିପି ଆକ୍ଟରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ କରୁଛନ୍ତି । ସୂଚନା ଅନୁଯାୟୀ, ମେ’ ମାସରେ ଲାଠିକଟାର ପିକୁଲିଙ୍କ ବିବାହ ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ମଣ୍ଡିଆକୁଦରରେ ଜମ୍ବୁ ଓରାମଙ୍କ ସହ ହୋଇଥିଲା । କିନ୍ତୁ ପୁକୁଲିଙ୍କୁ ସ୍ୱାମୀ ପସନ୍ଦ ନଥିବାରୁ ସେ ତାର ପୂର୍ବତନ ପ୍ରେମିକ ପୂରଣ ସିଂ ସହ ଫେରାର ହୋଇଯାଇଥିଲା ।

କିନ୍ତୁ ଶ୍ୱଶୁର ଘର ଲୋକ ବସ ଷ୍ଟାଣ୍ଡରୁ ଉଭୟଙ୍କୁ ଉଠାଇ ଆଣି ହାତ ଗୋଡ଼ ବାନ୍ଧି ନିର୍ଯାତନା ଦେଇଥିଲେ । ଏପରିକି ଦେଢଲକ୍ଷ ଟଙ୍କା ଦେଲେ ଛାଡିବେ ବୋଲି କହିଥିଲେ । 50 ହଜାର ଟଙ୍କା ଦେଇ ଉଭୟ ମୁକୁଳିଥିବା ବେଳେ ଅଭାବ ଯୋଗୁଁ ଆଉ 1 ଲକ୍ଷ ଟଙ୍କା ଅର୍ଥ ଦେଇ ପାରିନଥିଲେ । ଫଳରେ ଶ୍ୱଶୁର ଘର ଲୋକେ ଉଭୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ବାବଦରେ ପିଡିତା ରାଉରକେଲା ଏସପି ଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details