ସୁନ୍ଦରଗଡ଼: ରାଉରକେଲାରେ ପୁଣି ଏକ ଜିଏସଟି ଠକେଇ । ପରିବା ଦୋକାନୀ ନାଁରେ 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ । ଚାଷୀ, ଡେଲିଭରୀ ବୟ ଓ ମିସ୍ତ୍ରୀଙ୍କ ପରେ ଏବେ ଜିଏସଟି ଠକେଇର ଶିକାର ହୋଇଛନ୍ତି ଜଣେ ପରିବା ଦୋକାନୀ ।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା କୋଏଲ ନଗରରେ ପରିବା ଦୋକାନ କରିଥିବା କାର୍ତ୍ତିକ କମିଲାଙ୍କ ନିକଟକୁ ଆସିଛି 109 କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ । କାର୍ତ୍ତିକଙ୍କ ନାଁରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ୍ କମ୍ପାନୀ କରାଯାଇ ଏହି ଠକେଇ ହୋଇଥିବା ସୂଚନା ମିଳିଛି ।