ସୁନ୍ଦରଗଡ଼: ରାଜଗାଙ୍ଗପୁର ରେଳ ଷ୍ଟେସନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଜି(ବୁଧବାର) ସକାଳ ପ୍ରାୟ ୪ ଘଟିକା ସମୟରେ ୧୭ ନମ୍ବର ୱାର୍ଡ ବାସିନ୍ଦା ତଥା ପୂର୍ବତନ କାଉନସିଲର ସମର ସରକାର (୭୩) ଏକ ମାଲ ବାହୀ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି।
ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସେମାନେ ସ୍ବାମୀ ଓ ସ୍ତ୍ରୀ ରହୁଥିଲେ। ଘରେ ଶୋଇଥିବା ଅବସ୍ଥାରେ ସମର ସରକାର ଏକାକୀ ଟ୍ରେନ ଲାଇନକୁ ପଳାଇ ଆସିଥିଲେ। ସ୍ତ୍ରୀ ଉଠିବା ପରେ ତାଙ୍କୁ ଘରେ ନ ପାଇ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜା ଖୋଜି କରିଥିଲେ । ତେବେ କିଛି ସ୍ଥାନୀୟ ଲୋକେ ତାଙ୍କର କ୍ଷତ ବିକ୍ଷତ ମୃତ ଶରୀର ଟ୍ରେନ ଲାଇନରେ ପଡିଥିବାର ଦେଖିଥିଲେ। ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି।