ଓଡିଶା

odisha

ବିକ୍ରି ହେଉନି ଧାନ, ଲାମ୍ପସ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ

By

Published : Feb 18, 2021, 3:16 PM IST

ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଧାନ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେତେବେଳେ ମିଲର୍ସ ଓ ଦଲାଲଙ୍କ ଦ୍ବାରା ଶୋଷିତ ହେଉଛନ୍ତି ତ ପୁଣି କେତେବେଳେ ସରକାରୀ ବ୍ୟବସ୍ଥା ଯୋଗୁଁ ନିଜ ଧାନ ବିକ୍ରି ନହେବା ଆଶଙ୍କାରେ ଆତଙ୍କିତ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ବି କେହି କର୍ଣ୍ଣପାତ କରୁନଥିବାବେଳେ ଶେଷରେ ଆଇନକୁ ନିଜ ହାତକୁ ନେବା ପାଇଁ ବାଧ୍ୟ ହୋଇଛନ୍ତି ଚାଷୀ।

ବିକ୍ରି ହେଉନି ଧାନ, ଲାମ୍ପସ କର୍ମାଚୀରଙ୍କୁ ତାଲା ପକାଇଲେ ଚାଷୀ
ବିକ୍ରି ହେଉନି ଧାନ, ଲାମ୍ପସ କର୍ମାଚୀରଙ୍କୁ ତାଲା ପକାଇଲେ ଚାଷୀ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଧାନ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେତେବେଳେ ମିଲର୍ସ ଓ ଦଲାଲଙ୍କ ଦ୍ବାରା ଶୋଷିତ ହେଉଛନ୍ତି ତ ପୁଣି କେତେବେଳେ ସରକାରୀ ବ୍ୟବସ୍ଥା ଯୋଗୁଁ ନିଜ ଧାନ ବିକ୍ରି ନହେବା ଆଶଙ୍କାରେ ଆତଙ୍କିତ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ବି କେହି କର୍ଣ୍ଣପାତ କରୁନଥିବାବେଳେ ଶେଷରେ ଆଇନକୁ ନିଜ ହାତକୁ ନେବାପାଇଁ ବାଧ୍ୟ ହୋଇଛନ୍ତି ଚାଷୀ। ସରକାରଙ୍କ ନିୟମ ମୁତାବକ ଏମାନେ ନିଜର ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଟୋକନ ମଧ୍ୟ ମିଳିଛି । ମାତ୍ର ଧାନ କିଣିବା ନେଇ ସରକାରଙ୍କ ସ୍ତରରୁ ଟାର୍ଗେଟ ନ ଆସିବାରୁ ଧାନ ବିକ୍ରି ହୋଇ ପାରୁନି । ଯାହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ଚାଷୀ । ହେଲେ ଫଳ ଶୂନ । ଶେଷରେ ବାଧ୍ୟ ହୋଇ ଲ୍ୟାମ୍ପସ କର୍ମଚାରୀ, ଧାନ କିଣିବାକୁ ଆସିଥିବା ମିଲର୍ସଙ୍କ ଟ୍ରକ ସହ ଟ୍ରକ ଚାଳକଙ୍କୁ ମଧ୍ୟ ଅଟକ ରଖି କାର୍ଯ୍ୟାଳୟ ତାଲା ପକାଇଦେଇଥିଲେ । ଆଉ ଲ୍ୟାମ୍ପସର ନିତିଦିନିଆ କାମକୁ ଅଚଳ କରିଦେଇଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଧାନ ବିକ୍ରି ପାଇଁ ଟାର୍ଗେଟ ନ ଆସିବାରୁ ସୁନ୍ଦରଗଡ ଚାଷୀ ଅସନ୍ତୋଷ
ସେପଟେ ଟାର୍ଗେଟ ନ ଆସିବାରୁ ଚାଷୀମାନେ ଏପରି କାଣ୍ଡ ଘଟାଇଛନ୍ତି ବୋଲି କହିଛନ୍ତି ଲ୍ୟାମ୍ପସ ଏମ.ଡି । ଅନ୍ୟପଟେ ସମସ୍ୟା ଉପୁଜିବାର ବହୁ ପୂର୍ବରୁ ଏମ.ଡି ପ୍ରତ୍ୟକ୍ଷ ଭାବେ CSO ଓ ARCSଙ୍କୁ ବ୍ୟବସ୍ଥା ନେଇ ଗୁହାରି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା କଥା କହିଛନ୍ତି । ସରକାର ଟାର୍ଗେଟ ଦେଉ ନଥିବାରୁ ଏପରି ଅଭାବନୀୟ କାଣ୍ଡ ଘଟିଛି ଓ ଟାର୍ଗେଟ ନଆସିଲେ ଅନ୍ୟତ୍ର ମଧ୍ୟ ଘଟିବାର ସମ୍ଭାବନା ଅଛି ବୋଲି କହିଛନ୍ତି ଜିଲ୍ଲା ପ୍ରକ୍ୟୁରମେଣ୍ଟ ଅଫିସର ସୁରେନ୍ଦ୍ର କୁମାର ବାଗ ।


ଧାନ ବିକ୍ରିହେବା ନେଇ ନିଶ୍ଚିତ କରାଯାଉ ନାହିଁ , କିନ୍ତୁ କିଞ୍ଜିରକେଲା ଘଟଣା ଉପରେ ପ୍ରଶାସନ ଆଡୁ କିଞ୍ଜିରକେଲା ଥାନାରେ କେତେକ ଆନ୍ଦୋଳନକାରୀଙ୍କ ନାମରେ ମାମଲା ରୁଜୁ ହୋଇଥିବା କଥା ଜଣାପଡିଛି । ଯାହା ଅତି ଦୁର୍ଭାଗ୍ୟ ଜନକ ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details