ଓଡିଶା

odisha

By

Published : Feb 15, 2021, 8:22 PM IST

ETV Bharat / state

ଟ୍ରଲରକୁ ପିଟିଲା କାର, ଜଣେ ମୃତ ଜଣେ ଗୁରୁତର

ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ କରମଡିହି ଓଭରବ୍ରିଜ ନିକଟରେ ଟ୍ରଲରକୁ ପିଟିଲା କାର । ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର । ଅଧିକ ପଢନ୍ତୁ...

ଟ୍ରଲରକୁ ପିଟିଲା କାର
ଟ୍ରଲରକୁ ପିଟିଲା କାର

ସୁନ୍ଦରଗଡ: ଟ୍ରଲରକୁ ପିଟିଲା କାର । ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ କରମଡିହି ଓଭର ବ୍ରିଜ ନିକଟରେ ।

ଟ୍ରଲରକୁ ପିଟିଲା କାର

ସୂଚନା ଅନୁଯାୟୀ, ସୋମବାର ସକାଳେ ଅରୁଣ ସାହା(53) ଏବଂ କାର ଚାଳକ ପ୍ରଭାକର ସିଂ ରାୟପୁର ( ଛତିଶଗଡ )ରୁ ରାଉରକେଲା ଯାଉଥିଲେ । ସେହି ସମୟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରଲରକୁ କାରଟି ପଛ ପଟୁ ଧକ୍କା ଦେଇଥିଲା ।

ଫଳରେ କାରରେ ବସିଥିବା ଅରୁଣ ସାହା(53) ଏବଂ କାର ଚାଳକ ପ୍ରଭାକର ସିଂ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅରୁଣ ସାହାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତ ଅରୁଣଙ୍କ ପରିବାରଙ୍କୁ ଖବର ଦେବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତ ଅରୁଣଙ୍କ ଘର ବିଧାନ ସଭା ଥାନା ( ରାୟପୁର )ଅନ୍ତର୍ଗତ ଅଭନ୍ତିପୁର ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରେ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details