ଓଡିଶା

odisha

ଇସ୍ପାତ ନଗରୀରେ ଅଲୋଡା ନବଜାତ

By

Published : Dec 30, 2019, 2:29 PM IST

ରାଉରକେଲା IGH ମୁଖ୍ୟ ଫାଟକ ନିକଟସ୍ଥ ରାସ୍ତାରୁ ମୃତ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି ।

rourkela igh news
ଇସ୍ପାତ ନଗରୀରେ ଅଲୋଡା ନବଜାତ

ରାଉରକେଲା: ଇସ୍ପାତ ନଗରୀରେ ଅଲୋଡା ହେଲା ନବଜାତ । ଆଜି IGH ମୁଖ୍ୟ ଫାଟକ ନିକଟ ନାଳରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଶିଶୁ ମୃତଦେହ କେଉଁଠୁ ଆସିଲା ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇସ୍ପାତ ନଗରୀରେ ଅଲୋଡା ନବଜାତ

ରାଉରକେଲା IGHର ମୁଖ୍ୟ ଫାଟକରୁ ଇସ୍ପାତ ହାଟ ଯିବା ରାସ୍ତାରେ ନବଜାତର ମୃତଦେହ ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା । ନବଜାତ ମୃତ ଶିଶୁକୁ ଦେଖିବାକୁ ଲୋକମାନଙ୍କ ଭିଡ଼ ଜମିଥିବା ସତ୍ତ୍ବେ ଘଣ୍ଟା ଘଣ୍ଟା ଧରି ପୋଲିସ ତରଫରୁ କୌଣସି ପ୍ରୟାସ କରାଯାଇନଥିଲା । ଏବେ ସୁଦ୍ଧା ମୃତ ନବଜାତ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details