ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଆଜି(ଗୁରୁବାର) ପାନ ଦୋକାନ ଗୁଡିକରେ ବିକ୍ରି ହେଉଥିବା ଗୁଟକା, ସିଗାରେଟ ଉପରେ ଚଢାଉ କରାଯାଇଛି । ଜିଲ୍ଲା ପୋଲିସ, ଅବକାରୀ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ନୀରିକ୍ଷକ ୟୁନିଟର ଏହି ମିଳିତ ଚଢାଉ କରାଯାଇଛି । ଖୁଲମଖୁଲ୍ଲା ପାନ ଦୋକାନ ଗୁଡିକରେ ଗୁଟକା ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରି ହୋଇଆସୁଥିଲା ।
ତେବେ ସାର୍ବଜନୀନ ଯାଗା ଗୁଡିକରେ ସିଗାରେଟ ସେବନ ତଥା ପାନ ଗୁଟକା ଆଦି ଖାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଛେପ ପକାଇବା ପରି ଘଟଣା ଜିଲ୍ଲା ପ୍ରଶାସନକୁ ବିବ୍ରତ କରିଛି । ସ୍ବଚ୍ଛ ଓ ସୁନ୍ଦର ସହର ନିର୍ମାଣ ସାଂଗକୁ ସହରବାସୀଙ୍କ ସରଳ ଓ ଶାନ୍ତି ଜୀବନ ଧାରଣ ପାଇଁ ଏଭଳି ଛୋଟ ଛୋଟ ପଦକ୍ଷେପ ମାନ ନିଆଯାଉଛି । ଆଜି ସହରର ସମସ୍ତ ପାନ, ଚା’ ଦୋକାନୀ ମାନଙ୍କୁ ଗୁଟକା ତଥା ମାଦକ ଦ୍ରବ୍ୟଗୁଡିକ ବିକ୍ରି କରିବାକୁ ବାରଣ କରାଯିବା ସାଂଗକୁ ଅମାନିଆ ଦୋକାନୀମାନଙ୍କ ପାଖରୁ ଫାଇନ ଆଦାୟ କରାଯାଇଛି ।