ଓଡିଶା

odisha

By

Published : Jan 25, 2020, 12:55 PM IST

ETV Bharat / state

କମ୍ୟୁନିଷ୍ଟ ନେତାଙ୍କ ଘରେ କଳାକନା ବୁଲାଇଲା ଚୋର

ସୁବର୍ଣ୍ଣପୁରରେ ବିଶିଷ୍ଟ କମ୍ୟୁନିଷ୍ଟ ନେତାଙ୍କ ଘରୁ ଚୋରି ହୋଇଛି । ତାଙ୍କ ଘରୁ କିଛି ଶାଢ଼ୀ, ସାଢ଼େ ଚାରି ଭରି ସୁନାଗହଣା ଓ ଘରେ ଥିବା ଟଙ୍କା ଚୋରି ହୋଇଛି।

stolen_ from_ communist_ leader _home in subarnapur
କମ୍ୟୁନିଷ୍ଟ ନେତାଙ୍କ ଘରୁ ଚୋରି

ସୁବର୍ଣ୍ଣପୁର: କମ୍ୟୁନିଷ୍ଟ ନେତାଙ୍କ ଘରୁ ଚୋରି । ବିଶିଷ୍ଟ ସ୍ବେଚ୍ଛାସେବୀ ତଥା କମ୍ୟୁନିଷ୍ଟ ନେତାଙ୍କ ଘରୁ ଶାଢୀ ସୁନା ସହ ଟଙ୍କା ଚୋରି ହୋଇଛି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରିର ଅନୁସନ୍ଧାନ କରୁଛି ।

କମ୍ୟୁନିଷ୍ଟ ନେତାଙ୍କ ଘରୁ ଚୋରି

ସୁବର୍ଣ୍ଣପୁର ସହରର ବିଶିଷ୍ଟ ସ୍ବେଚ୍ଛାସେବୀ ତଥା କମ୍ୟୁନିଷ୍ଟ ନେତା ଗୋବିନ୍ଦ ମହାରଣାଙ୍କ ଘରୁ ଚୋରି ହୋଇଛି । ସହରର ରାମଜୀ ନଗରରେ ଥିବା ତାଙ୍କ ଘରୁ କିଛି ପାଟ ଶାଢ଼ୀ, ସାଢ଼େ ଚାରି ଭରି ସୁନାଗହଣା ଓ ଘରେ ଥିବା 15 ହଜାର ଟଙ୍କା ଚୋରି ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘର ପଛପଟର ଝରକାର ଲୁହା ଗ୍ରୀଲ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଚୋରମାନେ ଏହି ଚୋରି କରିଛନ୍ତି । ସହରର ବେଶ ଜଣାଶୁଣା ସ୍ବେଚ୍ଛାସେବୀଙ୍କ ଘରୁ ଚୋରି ହୋଇ ଥିବାରୁ ସହରରେ ଏହା ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details