ଓଡିଶା

odisha

By

Published : Jan 16, 2020, 9:58 PM IST

ETV Bharat / state

ବଢୁଛି ସଡକ ଦୁର୍ଘଟଣା, ବଢୁଛି ରାଜସ୍ବ

ଜିଲ୍ଲାରେ ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା । ଏହାସହ ଟ୍ରାଫିକରୁ ଆଦାୟ ହେଉଥିବା ରାଜସ୍ୱ ମଧ୍ୟ 5 ପ୍ରତିଶତ ବୃଦ୍ଧିପାଇଛି । ଗତ ବର୍ଷ 1 କୋଟି 5 ଲକ୍ଷ ରାଜସ୍ୱ ମଧ୍ୟ ଆଦାୟ ହୋଇଛି । ଅଧିକ ପଢନ୍ତୁ...

road accident increases in subarnapur
ବଢୁଛି ସଡକ ଦୁର୍ଘଟଣା, ବଢୁଛି ରାଜସ୍ବ

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବଢୁଛି ସଡକ ଦୁର୍ଘଟଣା । ଏହାସହ ଟ୍ରାଫିକରୁ ଆଦାୟ ହେଉଥିବା ରାଜସ୍ୱ ମଧ୍ୟ 5 ପ୍ରତିଶତ ବୃଦ୍ଧିପାଇଛି । ଗତ ବର୍ଷ 1 କୋଟି 5 ଲକ୍ଷ ରାଜସ୍ୱ ମଧ୍ୟ ଆଦାୟ ହୋଇଛି । ମାତ୍ର ସଚେତନତା ଅଭାବରୁ ସଡକ ଦୁର୍ଘଟଣାରେ ନିରୀହ ଲୋକଙ୍କ ପ୍ରାଣହାନୀ ହେଉଛି । ଜିଲ୍ଲା ପୋଲିସ ଏବେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଛି । ସହରର ବିଭିନ୍ନ ଛକରେ ପୋଲିସ କର୍ମଚାରୀ ମୋଟର ସାଇକେଲ ଆରୋହୀ ଓ ବଡ ଗାଡି ଚାଳକଙ୍କୁ ସଚେତନ କରିଛନ୍ତି ।

ବଢୁଛି ସଡକ ଦୁର୍ଘଟଣା, ବଢୁଛି ରାଜସ୍ବ
ସଦର ଏସଡିପିଓ ମିହିର ପଣ୍ଡାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରିଛନ୍ତି । ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details