ଓଡିଶା

odisha

ହୋଟେଲ ଓ ଜଳଖିଆ ଦୋକାନର ଗୁଣବତ୍ତା ଯାଞ୍ଚ କଲେ ଖାଦ୍ୟ ସୁରକ୍ଷା ଅଧିକାରୀ

By

Published : Oct 5, 2021, 4:48 PM IST

ସୁବର୍ଣ୍ଣପୁର ସହରର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢାଉ କରିଛି ଖାଦ୍ୟ ପରୀକ୍ଷଣ ବିଭାଗ । ଗ୍ରାହକଙ୍କୁ ପରିଷ୍କାର ପରିଚ୍ଛନ୍ନ ଓ ସୁଷମ ଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ହୋଟେଲ ଜଳଖିଆ ଦେକାନର ଗୁଣବତ୍ତା ଯାଞ୍ଚ କଲେ ଖାଦ୍ୟ ସୁରକ୍ଷା ଅଧିକାରୀ
ହୋଟେଲ ଜଳଖିଆ ଦେକାନର ଗୁଣବତ୍ତା ଯାଞ୍ଚ କଲେ ଖାଦ୍ୟ ସୁରକ୍ଷା ଅଧିକାରୀ

ସୁବର୍ଣ୍ଣପୁର:ସହରର ବିଭିନ୍ନ ରାସନ ଦୋକାନ, ହୋଟେଲ ଓ ଜଳଖିଆ ଦୋକାନ ଉପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଖାଦ୍ୟ ପରୀକ୍ଷଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଫୁଡ ଇନସପେକ୍ଟର ସସ୍ମିତା ନାଏକଙ୍କ ନେତୃତ୍ବରେ ସଦର ଥାନା ପୋଲିସ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ହୋଟେଲ ଜଳଖିଆ ଦେକାନର ଗୁଣବତ୍ତା ଯାଞ୍ଚ କଲେ ଖାଦ୍ୟ ସୁରକ୍ଷା ଅଧିକାରୀ

ତେବେ ସହରରେ ହୋଟେଲ ଓ ଜଳଖିଆ ଦୋକାନରେ କିଭଳି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ତାହା ତନଖି କରିବା ସହିତ ପରୀକ୍ଷା କରିବା ପାଇଁ ସାମ୍ପୁଲ ସଂଗ୍ରହ କରାଯାଇଛି । ସେହିଭଳି ହୋଟେଲ ଗୁଡିକର ରୋଷେଇଶାଳ ଓ ହୋଟେଲ ଡାଇନିଂ ହଲର ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଏହି ଟିମ ତଦାରଖ କରିଛି ।

ସେପଟେ ହୋଟେଲ, ଜଳଖିଆ ଦୋକାନ ଓ ପଥପ୍ରାନ୍ତ ଜଳଖିଆ ଷ୍ଟଲ ଗୁଡିକର ବ୍ୟବସାୟୀଙ୍କୁ ଖାଦ୍ୟ ପ୍ରସ୍ତୁତ ସମ୍ପର୍କରେ ପଚାରି ବୁଝିବା ସହିତ ପରିଷ୍କାର ପରିଚ୍ଛନ୍ନ ଓ ଗରମ ସୁଷମ ଖାଦ୍ୟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଗ୍ରାହକଙ୍କୁ ବାସି ଖାଦ୍ୟ ଦେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟବସାୟୀମାନଙ୍କୁ ଏହି ଟିମ ଚେତାବନୀ ଦେବାସହ ସହରର ଅନେକ ହୋଟେଲ ଓ ଜଳଖିଆ ଦୋକାନରେ ଗ୍ରାହକଙ୍କୁ ବାସି ଖାଦ୍ୟ ଦେବା, ରୋଷେଇଶାଳ ତଥା ଡାଇନିଂ ହଲଗୁଡିକ ଅତି ଅପରିଷ୍କାର ଭାବେ ରଖିବା, ପଚାସଢା ପନିପରିବା ଓ ନିମ୍ନମାନର ଖାଦ୍ୟ ଦ୍ରବ୍ୟରେ ଖାଦ୍ୟ ପ୍ରସ୍ତୁତ କରୁଥିବା ନେଇ ପୂର୍ବରୁ ହେଉଥିଲା ଅଭିଯୋଗ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details