ଓଡିଶା

odisha

By

Published : Feb 16, 2022, 2:20 PM IST

ETV Bharat / state

Panchayat Polls: ଭୋଟ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୋଟ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜ ମତ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

Panchayat Polls: ଭୋଟ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
Panchayat Polls: ଭୋଟ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ସୁବର୍ଣ୍ଣପୁର:ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁରରେ ଚାଲିଛି ଭୋଟ ଗ୍ରହଣ । ଏହି ମହାପର୍ବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ସାମିଲ ହୋଇଛନ୍ତି । ନିଜ ପୈତୃକ ଗାଁ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଭୋଟ ଦେଇଛନ୍ତି ।

Panchayat Polls: ଭୋଟ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ସୂଚନାଅନୁସାରେ, ଡୁଙ୍ଗୁରିପାଲି ବ୍ଲକର ୨୬ ଗୋଟି ପଞ୍ଚାୟତରେ ୩୩୦ ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୫୦ ଗୋଟି ବୁଥ ସମ୍ବେଦନଶୀଳ ଓ ୬ ଗୋଟି ବୁଥ୍ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ତିନୋଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ହେଉଥିବାରୁ ଏଥିରେ ୧୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୭୩ ଜଣ ସମିତି ସଭ୍ୟ ଓ ୧୦୬ ଜଣ ସରପଞ୍ଚ ପ୍ରାର୍ଥୀ ରହିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ସର୍ବମୋଟ ୯୬ ହଜାର ୭ ଶହ ୬୦ ଜଣ ଭୋଟର ନିଜର ମତଦାନ କରୁଛନ୍ତି ।

ପ୍ରକାଶଥାଉ କି, ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରୁଛନ୍ତି ମତଦାତା । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମ ପଞ୍ଚାୟତରେ ଭୋଟଗ୍ରହଣ ଚାଲୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details