ଓଡିଶା

odisha

By

Published : Nov 29, 2021, 4:53 PM IST

Updated : Nov 29, 2021, 5:40 PM IST

ETV Bharat / state

Elephant Destroyed: ମାତିଲେ ହାତୀ ପଲ, ଭାଙ୍ଗିଲେ ଘର ଖାଇଲେ ଧାନଚାଉଳ

ଗତ ଦୁଇ ଦିନ ହେଲା ରାତିରେ ସୋନପୁର ରେଞ୍ଜର କୁଦୋପାଲି ଅଞ୍ଚଳରେ (Elephant Destroyed House in kudopali range) ହାତୀପଲ ବ୍ୟାପକ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି । କୁଦପାଲି ଗାଁକୁ ପଶି ପ୍ରାୟ ୮ ବଖରା ଘର ଭାଙ୍ଗି ଦେଇଥିବା ବେଳେ ଘରୁ ଧାନ ଓ ଚାଉଳ ବସ୍ତା ଟାଣିନେଇ ଖାଇଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

elephant havoc:  ୮ ବଖରା ଘର ଭାଙ୍ଗି ଚୁରମାର
elephant havoc: ୮ ବଖରା ଘର ଭାଙ୍ଗି ଚୁରମାର

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲି ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ଜିଲ୍ଲାର ଉଲୁଣ୍ଡା, ବିନିକା ପରେ ଏବେ ସୋନପୁର ବନାଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ହେଲା ରାତିରେ ସୋନପୁର ରେଞ୍ଜର କୁଦୋପାଲି ଅଞ୍ଚଳରେ ହାତୀପଲ ବ୍ୟାପକ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି । କୁଦପାଲି ଗାଁକୁ ପଶି ପ୍ରାୟ ୮ ବଖରା ଘର ଭାଙ୍ଗି ଦେଇଥିବା ବେଳେ ଘରୁ ଧାନ ଓ ଚାଉଳ ବସ୍ତା ଟାଣିନେଇ ଖାଇ ଦେଇଥିବା ଅଭିଯୋଗ ହୋଇଛି ।

Elephant Destroyed: ମାତିଲେ ହାତୀ ପଲ, ଭାଙ୍ଗିଲେ ଘର ଖାଇଲେ ଧାନଚାଉଳ

ତା’ସହ ଘରର ଅନେକ ଆସବାବପତ୍ର ଏଣେତେଣେ ଫିଙ୍ଗି ଦେଇଛନ୍ତି ହାତୀ ପଲ । ଏପରିକି ତିନୋଟି ବାଇକ ତଳେ ପକେଇ ଦଳି ଦେଇଛି ହାତୀ । କେବଳ ସେତିକି ନୁହେଁ ଅନେକ ଚାଷ ଜମି ଦଳି ଚକଟି ନଷ୍ଟ କରି ଦେଇଛି ।

elephant havoc: ୮ ବଖରା ଘର ଭାଙ୍ଗି ଚୁରମାର

ଫଳରେ ପାଚି ଆସୁଥିବା ଧାନ ସବୁ ନଷ୍ଟ ହୋଇଛି । ବାରମ୍ବାର ହାତୀ ଏଭଳି ଉପଦ୍ରବ କରିଚାଲିଥିଲେ ହେଁ ବନବିଭାଗ ନିଦାବିଷ୍ଣୁ ସାଜିଥିବା କ୍ଷତିଗ୍ରସ୍ତ ମାନେ ଅଭିଯୋଗ କରିଛନ୍ତି । କ୍ଷୟକ୍ଷତିର ଆକଳନ କରି ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Nov 29, 2021, 5:40 PM IST

ABOUT THE AUTHOR

...view details