ଓଡିଶା

odisha

By

Published : Jan 19, 2022, 6:40 PM IST

ETV Bharat / state

ଧ୍ୱଂସାଭିମୁଖୀ ରାଜପ୍ରାସାଦର ସୁରକ୍ଷା ପାଇଁ ଦାବି

ସୋନପୁର ଗଡ଼ଜାତର ରାଜପ୍ରାସାଦକୁ ନେଇ ଦାବି। ଏହି ଐତିହାସିକ ରାଜପ୍ରାସାଦକୁ ସରକାର ନିଜ ହାତକୁ ନେବା ପ୍ରସଙ୍ଗରେ ପୁଣି ଥରେ ଦାବି ଉଠିଛି । ଏନେଇ ବିଭିନ୍ନ ସ୍ବେଚ୍ଛାସେବୀ ମହଲରୁ ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରାଯାଇଛି। ଅଧିକ ପଢ଼ନ୍ତୁ

ଧ୍ୱଂସାଭିମୁଖୀ ରାଜପ୍ରାସାଦର ସୁରକ୍ଷା ପାଇଁ ଦାବି
ଧ୍ୱଂସାଭିମୁଖୀ ରାଜପ୍ରାସାଦର ସୁରକ୍ଷା ପାଇଁ ଦାବି

ସୁବର୍ଣ୍ଣପୁର: ସୋନପୁର ଗଡ଼ଜାତର ରାଜପ୍ରାସାଦକୁ ନେଇ ଦାବି। ଏହି ଐତିହାସିକ ରାଜପ୍ରାସାଦକୁ ସରକାର ନିଜ ହାତକୁ ନେବା ପ୍ରସଙ୍ଗରେ ପୁଣି ଥରେ ଦାବି ଉଠିଛି । ଏନେଇ ବିଭିନ୍ନ ସ୍ବେଚ୍ଛାସେବୀ ମହଲରୁ ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରାଯାଇଛି।

ଧ୍ୱଂସାଭିମୁଖୀ ରାଜପ୍ରାସାଦର ସୁରକ୍ଷା ପାଇଁ ଦାବି

ସୋନପୁର ସହରର ମହାନଦୀ କୂଳରେ ଥିବା ଏହି ଐତିହାସିକ ରାଜପ୍ରାସାଦ ଧ୍ବଂସ ସ୍ତୂପରେ ପରିଣତ ହୋଇଛି । କେବଳ କିଛି ପାଚେରୀ ବ୍ୟତୀତ ରାଜପ୍ରାସାଦରେ କିଛି ନାହିଁ । ଯେଉଁ ଭଗ୍ନ ଅଟ୍ଟାଳିକା ରହିଛି ତାହାର ସୁରକ୍ଷାା କରିବା ପାଇଁ ସ୍ବେଚ୍ଚାସେବୀମାନେ କହିଛନ୍ତି। ଏବଂ ରାଜ୍ୟ ସରକାର ଏହାକୁ ନିଜ ଅଧିକାର କ୍ଷେତ୍ରକୁ ନିଅନ୍ତୁ ବୋଲି ଦାବି କରିଛନ୍ତି ।1640 ମସିହାରେ ରାଜା ମଦନ ଗୋପାଳ ସିଂହ ଦେବଙ୍କ ଅମଳରୁ ଏହି ଗଡ଼ଜାତରେ ଚୌହାନ ଶାସନ ଆରମ୍ଭ ହୋଇଥିଲା । ଏହି ଗଡ଼ଜାତର ଶାସନ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ହେଲେ ବର୍ତ୍ତମାନ କେବଳ ରହିଛି ମହାନଦୀ କୂଳରେ ଥିବା ରାଜପ୍ରାସାଦର ଉଚ୍ଚ ଅଟ୍ଟାଳିକା । ଏହି ପ୍ରସଙ୍ଗରେ ଜିଲ୍ଲା ବରିଷ୍ଠ ନାଗରିକ କର୍ମଚାରୀ ସଂଘ ଆହ୍ବାନରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ଦାବି କରିଛନ୍ତି। ଏହାର ସୁରକ୍ଷା ଓ ନବନିର୍ମାଣ ସାଙ୍ଗକୁ ରାଜ୍ୟ ସରକାର ନିଜ ଅଧିକାର କ୍ଷେତ୍ରକୁ ନେବା ପାଇଁ ଦାବି ଉଠିଛି ।

ସୂଚନା ଥାଉକି, ପ୍ରାୟ 13 ଜଣ ରାଜା ଏହି ଗଡ଼ଜାତ ଭୂଖଣ୍ଡକୁ ଶାସନ କରିଥିଲେ । ପ୍ରାୟ ତିନି ଶତକରୁ ଅଧିକ ରାଜୁଡ଼ା ଶାସନ ଅମଳରେ ଏହି ରାଜପ୍ରାସାଦ ଭିତରେ ତିଆରି ହୋଇଥିଲା ରାଜ ଦରବାର, ଯୁବରାଜ ମହଲ ,ରାଣୀ ଅନ୍ତପୁର, କୋଷାଗାର, ଅନ୍ନ ଭଣ୍ଡାର, ଶସ୍ତ୍ରାଗାର ,ଦରବାରୀ ସାହିତ୍ୟର ଗ୍ରନ୍ଥାଗାର ,ପୌର ପରିଷଦ ,ରାଜସ୍ବ କାର୍ଯ୍ୟାଳୟ ସହିତ ମନ୍ତ୍ରୀ ପରିଷଦ ପ୍ରକୋଷ୍ଠ ଓ ବୈଦେଶିକ ବିଭାଗ କାର୍ଯ୍ୟାଳୟ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details