ଓଡିଶା

odisha

By

Published : Mar 24, 2023, 9:19 AM IST

ETV Bharat / state

କୃଷି ଯନ୍ତ୍ରପାତି ନାଁରେ ଠକେଇ, ବ୍ୟବସାୟୀ ଗିରଫ

ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଗାଁରୁ ଜଣେ ଠକ ବ୍ୟବସାୟୀଙ୍କୁ ଗିରଫ କରିଛି ସୁବଲୟା ଥାନା ପୋଲିସ । ଅଧିକ ପଢନ୍ତୁ

Agricultural machinery fraud
Agricultural machinery fraud

Agricultural machinery fraud

ସୁବର୍ଣ୍ଣପୁର:କୃଷି ଯନ୍ତ୍ରପାତି ଯୋଗାଇ ଦେବା ନାଁରେ ଠକେଇ । ଏନେଇ ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଗାଁରୁ ଜଣେ ଠକ ବ୍ୟବସାୟୀଙ୍କୁ ଗିରଫ କରିଛି ସୁବଲୟା ଥାନା ପୋଲିସ । ବାବୁଲାଲ ଛନ୍ଦ ନାମକ ଜଣେ ବ୍ୟକ୍ତି ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଗାଁରେ ପଶ୍ଚିମ ଓଡିଶା ଏଗ୍ରୋ ହାରଭେଷ୍ଟାର ଓ କୃଷି ଯନ୍ତ୍ରପାତି ଏଜେନ୍ସି ଖୋଲି ଚାଷୀ ମାନଙ୍କ ପାଖରୁ ବିପୁଳ ପରିମାଣରେ ଟଙ୍କା ଠକି ନେଉଥିବା ହୋଇଥିଲା ଅଭିଯୋଗ ।

ସୂଚନା ମୁତାବକ, ଜିଲ୍ଲାର ବିରମହରାଜପୁର ଉପଖଣ୍ଡର ଡୁଙ୍ଗୁରି ଗାଁର ରଞ୍ଜିତ କୁମାର ଦାସଙ୍କ ପାଖରୁ ବାଇଶି ଲକ୍ଷ 50 ହଜାର ଟଙ୍କା କୁବୁଟା ହାରଭେଷ୍ଟର ଦେବା ନାଁରେ ବ୍ୟବସାୟୀ ବାବୁଲାଲ ଠକି ନେଇଥିବା ସୁବଲୟା ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ବାବୁଲାଲ ସାଢେ ତିନି ଲକ୍ଷ ଟଙ୍କା ନଗଦ ଓ 19 ଲକ୍ଷ ୟୁକୋ ବ୍ୟାଙ୍କ ସୋନପୁରରୁ ଚେକ ମାଧ୍ୟମରେ ରଞ୍ଜିତଙ୍କ ପାଖରୁ ଠକି ନେଇଥିବା ଜାଣିବାକୁ ପାଇଥିଲେ । ତେବେ ଗତ ବର୍ଷ ଜୁନ ମାସରେ ଦିନେ ରାତି 11ଟା ସମୟରେ ବାବୁଲାଲ ଏକ ଚାଇନିଜ କମ୍ପାନୀ ଏଗ୍ରିଓନାର ହାରଭେଷ୍ଟର ଆଣି ରଞ୍ଜିତଙ୍କୁ ଘରେ ଦେଇଥିଲେ । ହେଲେ ସେହି ଯନ୍ତ୍ର ଠିକ ଭାବେ ଚାଲୁ ନ ଥିବାରୁ ତାକୁ ରଞ୍ଜିତ ରଖି ନ ଥିଲେ ଓ କୁବୁଟା କମ୍ପାନୀର ହାରଭେଷ୍ଟର ଦେବା ପାଇଁ ବାବୁଲାଲଙ୍କୁ କହିଥିଲେ । ଫଳରେ ବାବୁଲାଲ ଆଣିଥିବା ଚାଇନିଜ କମ୍ପାନୀର ହାରଭେଷ୍ଟରଟିକୁ ଫେରେଇ ନେଇଥିଲେ ।

ସେହିଦିନ ଠାରୁ ବାବୁଲାଲ ରଞ୍ଜିତକୁ ଆଉ ଧରାଛୁଆଁ ଦେଉ ନଥିଲେ କି ଟଙ୍କା ଫେରାଉ ନଥିଲେ । ବାବୁଲାଲଙ୍କ ଏପରି କାର୍ଯ୍ୟରେ ରଞ୍ଜିତ ଅତିଷ୍ଠ ହୋଇ ସ୍ଥାନୀୟ ସୁବଲୟା ଥାନାରେ ବାବୁଲାଲଙ୍କ ନାଁରେ ଟଙ୍କା ଠକି ନେଇଥିବା ଲିଖିତ ଅଭିଯୋଗ କରିଥିଲେ । ସେହିପରି ବାବୁଲାଲ ସୋନପୁର ଅଞ୍ଚଳରେ ଆଉ ଜଣେ ଚାଷୀଙ୍କୁ ମଧ୍ୟ ଠକି ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ବାବୁଲାଲଙ୍କ ଅଭିଯୋଗ ଅନୁଯାୟୀ ସୋର ଅଞ୍ଚଳରୁ ରଞ୍ଜିତ ପାଇଁ ଆସିଥିବା ହାରଭେଷ୍ଟର ଜବତ କରି ଅଭିଯୁକ୍ତ ବାବୁଲାଲକୁ ଗିରଫ କରିବାରେ ସଫଳ ହୋଇଛି ।

ଅନ୍ୟପଟେ ବାବୁଲାଲ ବରଗଡ଼, ବୌଦ୍ଧ,ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଚାଷୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇ ଦେବା ନାଁରେ ଠକିଥିବା ପୋଲିସ ଅନୁମାନ କରୁଛି । ତେବେ ନିରୀହ ଚାଷୀ ମାନେ ଏପରି ଠକଙ୍କ କାବୁରେ ନ ପଡି ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ଦାମିକିଆ ଯନ୍ତ୍ରପାତି କିଣିବା ପାଇଁ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତ ବାବୁଲାଲକୁ ଆଜି(ଶୁକ୍ରବାର) କୋର୍ଟଚାଲାଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details