ଓଡିଶା

odisha

By

Published : May 3, 2022, 12:03 PM IST

ETV Bharat / state

Akshaya Tritiya: ଅଖିମୁଠି ଅନୁକୂଳ କଲେ ସୁବର୍ଣ୍ଣପୁର ଚାଷୀ

ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ଅନୂକୂଳ କରିଛି । ସୁବର୍ଣ୍ଣପୁରର ଦେବୀ ମା' ଅନ୍ନଦାତ୍ରୀ ଲକ୍ଷ୍ମୀ ଓ ମାଟି ମା'ଙ୍କୁ ସ୍ମରଣ କରି ପୂଜା ଆରାଧନା କରିବା ସହିତ ଚାଷୀ ନିଜ ବିଲରେ ହଳ କରି ଧାନ ବୁଣିଛି । ଅଧିକ ପଢ଼ନ୍ତୁ

ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କଲେ ସୁବର୍ଣ୍ଣପୁରର ଚାଷୀ
ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କଲେ ସୁବର୍ଣ୍ଣପୁରର ଚାଷୀ

ସୁବର୍ଣ୍ଣପୁର:ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ଆଜି ଅଖିମୁଠି ଅନୂକୂଳ କରିଛି । ସୁବର୍ଣ୍ଣପୁରର ଦେବୀ ମା' ଅନ୍ନଦାତ୍ରୀ ଲକ୍ଷ୍ମୀ ଓ ମାଟି ମା'ଙ୍କୁ ସ୍ମରଣ କରି ପୂଜା ଆରାଧନା କରିବା ସହିତ ଚାଷୀ ନିଜ ବିଲରେ ହଳ କରି ଧାନ ବୁଣିଛି । ଆଗାମୀ ଖରିଫ ଋତୁରେ ଭଲ ବର୍ଷା ପାଇଁ ଦେବୀ ମା' ଲକ୍ଷ୍ମୀ ଓ ଇନ୍ଦ୍ର ଦେବଙ୍କୁ ଆରାଧନା କରାଯାଇଛି । ଏଥର ଭଲ ବର୍ଷା ଓ ଭଲ ଫସଲ ଆଶା କରି ଦେବାଦେବୀଙ୍କ ଆରାଧନା କରିଛି ଚାଷୀ ।

ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କଲେ ସୁବର୍ଣ୍ଣପୁରର ଚାଷୀ

ତେବେ ଆଜି ଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ଖର୍ଡି ବୁଣା କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି । ଆଗାମୀ ରଥଯାତ୍ରା ବେଳକୁ ବିହୁଡା(ବେଉଷଣ) କରିବା ଲକ୍ଷ୍ୟରେ ଆଜିଠାରୁ ଚାଷୀ ହଳ କରି ଧାନ ବୁଣିବା ଆରମ୍ଭ କରିଛି । ଦେଶୀ କିସମର ଧାନ ଓ ଦୀର୍ଘ ମିଆଦି ଧାନ ପାଇଁ ଆଗକୁ ବୁଣା କାର୍ଯ୍ୟ ଚାଲିବ । ତେବେ ଚାଷୀକୁ ଏଥର ଅଦିନିଆ ବର୍ଷାର ସୌଭାଗ୍ୟ ମିିଳି ପାରିନାହିଁ । ସପ୍ତାହକ ଭିତରେ ଦିନ ଦୁଇ ଦିନ ଅଦିନିଆ ବର୍ଷା ହେଲେ ଆଗକୁ ଫସଲ ଭଲ ହେବାର ସମ୍ଭାବନା ରହିଛି ।

ଆଜି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ଓ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ, କୃଷି ଅଧିକାରୀଙ୍କ ସମେତ କୃଷି ବୈଜ୍ଞାନିକମାନେ ଯୋଗଦେଇ ଏହି ଉତ୍ସବ ପାଳନ କରିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି । କୃଷି ବୈଜ୍ଞାନିକମାନେ ଚାଷୀଙ୍କୁ କୃଷି ପରାମର୍ଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details