ଓଡିଶା

odisha

By

Published : Nov 11, 2019, 11:11 PM IST

ETV Bharat / state

ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ସମ୍ବଲପୁର ଗସ୍ତ । ବିଭିନ୍ନ ବିଷୟ ନେଇ ବିଡି଼ଓଙ୍କ ସହ ଆଲୋଚନା। ଅଧିକ ପଢ଼ନ୍ତୁ...

ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ସମ୍ବଲପୁର: ଜିଲ୍ଲା ଗସ୍ତରେ ଆସିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡ଼ିସି) ଅଧ୍ୟକ୍ଷ ସୁବାସ ଚୌହାନ। ସୋମବାର ସମ୍ବଲପୁର ଗସ୍ତରେ ଆସି ଡିଆରଡିଏର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ ସୋମବାର ଡିଆରଡିଏର ସମ୍ମିଳନୀ କକ୍ଷରେ ଜିଲ୍ଲାର ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ବ୍ଲକ ଗୁଡ଼ିକର ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ବ୍ଲକକୁ ଦିଆଯାଇଥିବା ପାଣ୍ଠିର କାର୍ଯ୍ୟକାରିତା ସ୍ଥିତି ନେଇ ସମୀକ୍ଷା କରିଥିଲେ ସେ। ଜିଲ୍ଲାରେ ମୁଖ୍ୟତଃ ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗୀକରଣ ଓ ସଡକ ନିର୍ମାଣ ନେଇ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦିଆଯାଇଛି। ଏହାସହ ବାକି ଥିବା କାର୍ଯ୍ୟର ହିସାବ 7 ଦିନ ମଧ୍ୟରେ ବିଭାଗୀୟ ଅଧିକାରୀଙ୍କୁ ଦାଖଲ କରାଯିବାକୁ କୁହାଯାଇଛି।

ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ତେବେ ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲାରେ କର୍କଟ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଅଗାମୀ ଦିନରେ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀରରେ କର୍କଟ ରୋଗର ଚିକିତ୍ସା ପାଇଁ ସବୁ ପ୍ରକାର ଯନ୍ତ୍ରପାତି ସହ ଭିତ୍ତିଭୂମିର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details