ସମ୍ବଲପୁର: ଆସନ୍ତା 18 ଓ 19 ତାରିଖରେ ସମ୍ବଲପୁର ସହରର ପିଏଚଡି ପଡିଆରେ ହେବାକୁ ଯାଉଛି ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ l ସମ୍ବଲପୁର ଜିଲ୍ଲା ପ୍ରଶାସନ, ସମୁଲ ପଶ୍ଚିମ ଓଡିଶା ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ପଶ୍ଚିମ ଓଡିଶା ର 10 ଟି ଜିଲ୍ଲାର ଦୁଗ୍ଧ ଚାଷୀ ଭାଗ ନେବେ l ଏନେଇ ଆଜି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
ଆସନ୍ତା 18, 19 ରେ ସମ୍ବଲପୁର ରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମ ଓଡିଶା ଡାଏରୀ ସମ୍ମିଳନୀ l ଏଥିରେ ପଶ୍ଚିମ ଓଡିଶାର 10 ଟି ଜିଲ୍ଲାର ଗୋପାଳକ ଓ ଦୁଗ୍ଧଚାଷୀ ଭାଗ ନେବେ l ଦୈନିକ ପ୍ରାୟ 1000 ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି l ଦୁଗ୍ଧ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l ଗୋପାଳନ ଓ ଦୁଗ୍ଧ ଚାଷରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉପଯୋଗ ହେଉଥିବା ନୂଆଁ ନୂଆଁ ଟେକନୋଲୋଜିକୁ ନେଇ ଷ୍ଟଲ, ଏଗଯିବିସନ ଓ ପେନାଲ ଡିସକଶନ ମାଧ୍ୟମରେ ଅବଗତ କରାଯାଇ ସଚେତନ କରାଯିବ l ଏହା ସହ ଗୋପାଳନ ପାଇଁ ଥିବା ସରକାରୀ ଯୋଜନା, ଲୋନ ବ୍ୟବସ୍ଥା ନେଇ ଚାଷୀଙ୍କୁ ଅବଗତ କରାଯିବା ସହ ଅଧିକ ଉତ୍ପାଦନ, ବ୍ରିଡିଙ୍ଗ, ଗୋଖାଦ୍ୟ ସମ୍ବନ୍ଧରେ ସଚେତନତା କରାଯିବ l