ଓଡିଶା

odisha

By

Published : May 12, 2023, 4:13 PM IST

ETV Bharat / state

ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ, କଳା ହଳଦୀରୁ ତିଆରି କଲେ ଜୈବିକ ବ୍ୟାଟେରୀ

ପୁଣି ଚର୍ଚ୍ଚାରେ ସମ୍ବଲପୁରର ଯୁବ ବୈଜ୍ଞାନିକ ଦିବ୍ୟରାଜ, କଳା ହଳଦିରୁ ତିଆରି କଲେ ଜୈବିଜ ବ୍ୟାଟେରୀ

sambalpur scientist dibyaraj
sambalpur scientist dibyaraj

sambalpur scientist dibyaraj

ସମ୍ବଲପୁର:ଯୁବ ଉଦ୍ଭିଦ ବିଜ୍ଞାନୀଙ୍କ ନୂଆ ଆବିଷ୍କାର । କଳା ହଳଦୀରୁ ଜୈବିକ ବ୍ୟାଟେରୀ ତିଆରି କଲେ ସମ୍ବଲପୁରର ଯୁବ ଉଦ୍ଭିଦ ବିଜ୍ଞାନୀ ଦିବ୍ୟରାଜ ବେରିହା l ନିଜେ ଚାଷ କରିଥିବା କଳା ହଳଦୀରୁ ସେ ଏହି ଜୈବିକ ବ୍ୟାଟେରୀ ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମୁଖ୍ୟତଃ ଆମେ ବ୍ୟବହାର କରୁଥିବା ବ୍ୟାଟେରୀର ଇଲେକ୍ଟ୍ରୋଲାଇଟ ପରିବେଶ ପାଇଁ ଭଲ ହୋଇନଥିବା ବେଳେ ଏହାକୁ ମାଟିରେ ମିଶିବାକୁ 300 ବର୍ଷ ଲାଗିଥାଏ ବୋଲି କୁହାଯାଏ ଓ ଏହା ପରିବେଶ ପାଇଁ କ୍ଷତିକାରକ ମଧ୍ୟ l ତେଣୁ ଏହାର ବିକଳ୍ପ ଖୋଜିବା ପାଇଁ ଅନୁସନ୍ଧାନ ଓ ଗବେଷଣା କରୁ କରୁ ସମ୍ବଲପୁରର ଯୁବ ବୈଜ୍ଞାନିକ ଦିବ୍ୟରାଜ ବେରିହା ତିଆରି କରିଛନ୍ତି ଜୈବିଜ ବ୍ୟାଟେରୀ । ଯାହାକୁ କଳା ହଳଦୀରୁ ତିଆରି କରିଛନ୍ତି ।

ପୂର୍ବରୁ ସେ କଳା ହଳଦୀ, କାଶ୍ମୀରୀ କେଶର, କଳା ଧାନ ସମ୍ବଲପୁରରେ ନିଜ ଫାର୍ମରେ ଉତ୍ପାଦନ କରି ଚର୍ଚ୍ଚାରେ ଥିବା ବେଳେ ଏବେ ଜୈବିଜ ବ୍ୟାଟେରୀ ତିଆରି କରି ଚର୍ଚ୍ଚା ସାଉଁଟୁଛନ୍ତି l କ୍ଷତିକାରକ ରାସାୟନିକ ଇଲେକ୍ଟ୍ରୋଲାଇଟ ବ୍ୟବହାର ବଦଳରେ ସେ କଳା ହଳଦୀ ଓ ଏକ ଜୈବିକ ମିଶ୍ରଣକୁ ନେଇ ପ୍ରସ୍ତୁତ ଇଲେକ୍ଟ୍ରୋଲାଇଟ ବ୍ୟବହାର କରି ଏହି ବ୍ୟାଟେରୀ ତିଆରି କରିଛନ୍ତି l ଏହା ରାସାୟନିକ ଶକ୍ତିକୁ ବୈଦ୍ୟୁତିକ ଶକ୍ତିରେ ପରିବର୍ତ୍ତନ କରି ଶକ୍ତି ପ୍ରଦାନ କରୁଛି l ବର୍ତ୍ତମାନ ସାଧାରଣ ଖୋଳରେ ସେ ଏହି ଜୈବିକ ମିଶ୍ରଣ ଭର୍ତ୍ତି କରି ବ୍ୟାଟେରୀ ପ୍ରସ୍ତୁତ କରୁଥୁବା ବେଳେ ଆଗାମୀ ଦିନରେ ଵୟୋ ପ୍ଲାଷ୍ଟିକ କଭର ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି । ଏହି ଜୈବିକ ବ୍ୟାଟେରୀ ମଧ୍ୟରେ ବର, ପିପଲ ଜାତୀୟ କିଛି ମଞ୍ଜି ସଂରକ୍ଷିତ କରି ରଖାଯାଇଛି l ଏହି ବ୍ୟାଟେରୀକୁ ବ୍ୟବହାର କରିବା ପରେ ଯେବେ ବ୍ୟାଟେରୀକୁ ଫିଙ୍ଗି ଦିଆଯିବ ସେତେବେଳେ ସେଥିରେ ଥିବା ମଞ୍ଜିରୁ ଗଛ ଉଠିବ ଓ ତାହା ସବୁଜ ପରିବେଶ ସୃଷ୍ଟି କରିବ ବୋଲି ସେ ଆଶା ରଖିଛନ୍ତି l

ଏହି ବାୟୋ ବ୍ୟାଟେରୀ ଆସନ୍ତା ଜୁନ 5 ରୁ 7 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ରେ ହେବାକୁ ଥିବା ବାୟୋଡିଗ୍ରେଡେବୁଲ ଏକ୍ସପୋ 2023 ରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି l ସୂଚନା ଯୋଗ୍ୟ ଯେ ଦିବ୍ୟରାଜ ପୂର୍ବରୁ କଳା ହଳଦୀ, କଳା ଧାନ, କାଶ୍ମୀର କେଶର, ଶାମୁକାରୁ ମୁକ୍ତା, କୀଡା ଜଡି ଛତୁ ଉତ୍ପାଦନ କରି ସାରିଛନ୍ତି l କୁଳୁତକାନି ନିବାସୀ ଦିବରାଜ ନିଜର ଖଣ୍ଡୁଆଳ ସ୍ଥିତ ଫାର୍ମ ହାଉସ BR Biotechରେ ଏହି ସବୁ ଅନୁସନ୍ଧାନ କରି ଏହି ବ୍ୟାଟେରୀ ତିଆରି କରିଛନ୍ତି l



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details