ଓଡିଶା

odisha

By

Published : Nov 9, 2021, 10:16 PM IST

ETV Bharat / state

ଚାଲିଥିଲା ବେଆଇନ ଗଞ୍ଜେଇ ଚାଷ, ନଷ୍ଟ କଲା ସମ୍ବଲପୁର ପୋଲିସ-ଅବକାରୀ ବିଭାଗ

ବିପୁଳ ପରିମାଣର ଗଞ୍ଜେଇ ଗଛକୁ ନଷ୍ଟ କରିଛି ସମ୍ବଲପୁର ପୋଲିସ ଓ ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ...

ଚାଲିଥିଲା ବେଆଇନ ଗଞ୍ଜେଇ ଚାଷ, ନଷ୍ଟ କଲା ସମ୍ବଲପୁର ପୋଲିସ-ଅବକାରୀ ବିଭାଗ
ଚାଲିଥିଲା ବେଆଇନ ଗଞ୍ଜେଇ ଚାଷ, ନଷ୍ଟ କଲା ସମ୍ବଲପୁର ପୋଲିସ-ଅବକାରୀ ବିଭାଗ

ସମ୍ବଲପୁର: ବିପୁଳ ପରିମାଣର ଗଞ୍ଜେଇ ଗଛକୁ ଆଜି(ମଙ୍ଗଳବାର) ନଷ୍ଟ କରିଛି ସମ୍ବଲପୁର ପୋଲିସ ଓ ଅବକାରୀ ବିଭାଗ । ସମ୍ବଲପୁର ଜିଲ୍ଲା ନାକଟିଦେଉଲ ଥାନା ହାତୀସରା ଜଙ୍ଗଲରେ ବେଆଇନ ଭାବେ ଏହି ଗଞ୍ଜେଇ ଚାଷ ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଏହି ସବୁ ଗଞ୍ଜେଇ ଗଛକୁ କଟାଯିବା ସହ ପୋଡ଼ି ଦିଆଯାଇଛି ।

ଚାଲିଥିଲା ବେଆଇନ ଗଞ୍ଜେଇ ଚାଷ, ନଷ୍ଟ କଲା ସମ୍ବଲପୁର ପୋଲିସ-ଅବକାରୀ ବିଭାଗ

ହାତୀ ସାରା ଜଙ୍ଗଲ ଭିତରେ ୫ଟି ଭିନ୍ନଭିନ୍ନ ସ୍ଥାନରେ ୩୧ ଡେସିମିଲ ଜମିରେ ଗଞ୍ଜେଇ ଚାଷ ହୋଇଥିଲା । ପ୍ରାୟ ୩୩୫୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ପୋଲିସ ଓ ବନ ବିଭାଗ ପକ୍ଷରୁ ରେଢ଼ାଖୋଲ ଅଞ୍ଚଳରେ ଏହିଭଳି ଭାବରେ ଚଢ଼ାଉ କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା ।



କୌଣସି ସ୍ଥାନରେ ଏହିଭଳି ଗଞ୍ଜେଇ ଚାଷ ହେଉଥିଲେ ପୋଲିସକୁ ସୂଚନା ଦେବାକୁ ଏସପି ଅନୁରୋଧ କରିଛନ୍ତି । ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଗୁପ୍ତ ରଖାଯିବ ବୋଲି ଏସପି ଆଶ୍ବସ୍ତି ଦେଇଛନ୍ତି ।


ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details