ଓଡିଶା

odisha

By

Published : Sep 15, 2019, 7:40 PM IST

ETV Bharat / state

ସର୍ବୋଚ୍ଚ ଶୃଙ୍ଗରେ ସମ୍ବଲପୁରର ସୁନାଝିଅ ତ୍ରିଶା

ଆଫ୍ରିକାର ପ୍ରଥମ ଓ ବିଶ୍ବର ଚତୁର୍ଥ ଉଚ୍ଚତମ ଶୃଙ୍ଗ ତାଞ୍ଜାନିଆର କିଲିମାଞ୍ଜୋରୋ ଆରୋହଣ କରିଛନ୍ତି ସମ୍ବଲପୁର ଝିଅ ତ୍ରିଶା । ଗତ 7 ତାରିଖ ପର୍ବତ ଆରୋହଣ ଆରମ୍ଭ କରି 12 ତାରିଖରେ ଗିରିଶୃଙ୍ଗକୁ ପହଞ୍ଚିଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ମନରେ ଅଦମ୍ୟ ଆଶା ଓ ବିଶ୍ବାସ। ଏହାସହ ଜୀବନରେ କିଛି କରିଦେଖାଇବାର ଦୃଢ ପ୍ରତିଶୃତି। ଗୋଟିଏ ପରେ ଗୋଟିଏ କଷ୍ଟକର ପଥ ଅତିକ୍ରମ କରି ସେ ପହଞ୍ଚିଥିଲେ ପର୍ବତର ପଥରିଲା ଶିଖରରେ । ଯାହା ତାଙ୍କୁ ଆଜି ମାଉଣ୍ଟେନ ଗାର୍ଲର ଗୌରବ ଦେଇଛି। ତାଙ୍କ ପାଇଁ ଆଜି ସମସ୍ତେ ଗର୍ବିତ । ଆଉ ନାରୀ ମାନଙ୍କ ପାଇଁ ସେ ସାହିକତାର ଅନନ୍ୟ ଉଦାହରଣ। ଏ କାହାଣୀ ହେଉଛି ସମ୍ବଲପୁରର ସୁନା ଝିଅ ତ୍ରିଶା ଅଗ୍ରୱାଲ। ଯିଏକି ତାଞ୍ଜାନିଆ ପର୍ବତ ଶିଖରରେ ଉଡାଇଛନ୍ତି ତ୍ରିରଙ୍ଗା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର


ତ୍ରୀଶା ନିତୁ ଅଗ୍ରୱାଲ ଓ ସିଦ୍ଧେଶ ଅଗ୍ରୱାଲଙ୍କ ସୁପୁତ୍ରୀ। ସମ୍ବଲପୁର ଗ୍ରୀନ ପାର୍କ ରେସିଡେନ୍ସି ରେ ରହୁଥିବା ତ୍ରିଶା କିଲମାଞ୍ଜାରୋ ଆରୋହଣ ପାଇଁ ବହୁ ପରିଶ୍ରମ କରିଛନ୍ତି।ତାଞ୍ଜାନିଆରେ ଥିବା କିଲିମାନଜରୋ ସମୁଦ୍ର ପତନଠାରୁ 19 ହଜାର 341 ଫୁଟ ଉଚ୍ଚତା ରେ ଅବସ୍ଥିତ। ଏହାକୁ ଆଫ୍ରିକାର ପ୍ରଥମ ଓ ବିଶ୍ବର ଚତୁର୍ଥ ଉଚ୍ଚତମ ଶୃଙ୍ଗ ବୋଲି କୁହାଯାଏ। ତ୍ରିଶା ଗତ 7 ତାରିଖ ପର୍ବତ ଆରୋହଣ ଆରମ୍ଭ କରି 12 ତାରିଖରେ ଗିରିଶୃଙ୍ଗକୁ ପହଞ୍ଚିଥିଲେ।


ଖବର ଅନୁଯାୟୀ, ତ୍ରିଶା ସମ୍ବଲପୁର ସେଣ୍ଟ ଜସେଫ କନଭେଣ୍ଟ ସ୍କୁଲରୁ ଦଶମ ଶ୍ରେଣୀ ପାସ କଲା ପରେ ଏବେ ମଧ୍ୟପ୍ରଦେଶ ଗ୍ବାଲିଅର ସିନ୍ଧିଆ ବିଦ୍ୟାଳୟରେ ଯୁକ୍ତ 2 ବାଣିଜ୍ୟ ପ୍ରଥମ ବର୍ଷରେ ପଢୁଛନ୍ତି। ଚଳିତ ବର୍ଷ ଗ୍ବାଲିଅରର ରାଣୀ ମାତା ରାଜେ ସିନ୍ଧିଆ 100 ତମ ବାର୍ଷିକୀ ପାଳନ ଅବସରରେ ଏହି ଶିକ୍ଷା ଅନୁଷ୍ଠାନର 17 ଜଣ ଛାତ୍ରୀଙ୍କୁ ଆଫ୍ରିକାର ଏହି ଶୃଙ୍ଗ ଆରୋହଣ ପାଇଁ ଚୟନ କରାଯାଇଥିଲା। ସେମାନଙ୍କୁ 3 ମାସର ଟ୍ରେନିଂ ମଧ୍ୟ ଦିଆଯାଇଥିଲା।17 ଜଣରୁ କେବଳ 15 ଜଣ ଏହି ଶୃଙ୍ଗରେ ପହଞ୍ଚି ପାରିଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details