ଓଡିଶା

odisha

ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ

By

Published : Jul 26, 2020, 2:42 PM IST

ରେଢାଖୋଲ ବିଧାନସଭାରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ଅଭିମନ୍ୟୁ କୁମାର । ଆଜି 92 ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ....

ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ
ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ

ସମ୍ବଲପୁର: ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଭତରା ସ୍ଥିତ ଗାନ୍ଧୀ ମନ୍ଦିରର ନିର୍ମାତା ଅଭିମନ୍ୟୁ କୁମାରଙ୍କ ପରଲୋକ। ଆଜି ସକାଳେ ଏହି ପୂର୍ବତନ କଂଗ୍ରେସ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା ।

ରେଢାଖୋଲ ବିଧାନସଭାରୁ କଂଗ୍ରେସ ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । 1971, 1980, 1985 ଓ 1995 ମସିହାରେ ବିଧାନସଭାକୁ ବିଧାୟକ ନିର୍ବାଚିତ ହୋଇଥିଲେ । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। 1928 ମସିହାରେ ଭତରା ସ୍ଥିତ ମଠପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିଧାୟକ ଅଭିମନ୍ୟୁ ।

ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କଂଗ୍ରେସ ବିଧାୟକ ସମ୍ବଲପୁରର ପ୍ରସିଦ୍ଧ ଭତରା ଗାନ୍ଧିମନ୍ଦିର ନିର୍ମାଣ କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details