ସମ୍ବଲପୁର:ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟଗୁରୁ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ବଡ଼ବଜାର ଅଞ୍ଚଳର ପିଣ୍ଟୁ କଲେତ । ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ଏହି ଘଟଣା ପରେ ରାସ୍ତା ରୋକ କରିଥିଲେ । ଏହାସହ ଉତ୍ତ୍ୟକ୍ତ ଲୋକେ ପିସିଆର ଗାଡ଼ିକୁ ଭାଙ୍ଗି ଦେଇଥିଲେ ।
ଏପରିକି ମୃତଦେହକୁ ରାସ୍ତାରେ ରଖି 15ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ତେବେ ଯେତେ ପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ନମିଳିଛି ସେତେ ପର୍ଯ୍ୟନ୍ତ ମୃତଦେହ ଉଠିବନି ବୋଲି ଚେତାବନୀ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ସୂଚନାନୁସାରେ ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 12ଟାରେ ପିଣ୍ଟୁ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପିଣ୍ଟୁଙ୍କର ମୃତ୍ୟୁ ହୋଇଥିଲା ।