ଓଡିଶା

odisha

By

Published : Sep 11, 2020, 7:44 PM IST

Updated : Sep 11, 2020, 7:50 PM IST

ETV Bharat / state

ପାନ ମସଲା ଫ୍ୟାକ୍ଟ୍ରିରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢ଼ାଉ

ପାନ ମସଲା ଫେକ୍ଟ୍ରି ଉପରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢ଼ାଉ
ପାନ ମସଲା ଫେକ୍ଟ୍ରି ଉପରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢ଼ାଉ

19:26 September 11

ପାନ ମସଲା ଫ୍ୟାକ୍ଟ୍ରିରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢ଼ାଉ

ସମ୍ବଲପୁର: ଜିଲ୍ଲାରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢ଼ାଉ ।  ଏକ ସଫଳ ପାନ ମସଲା ଫ୍ୟାକ୍ଟ୍ରିରେ ଚଢ଼ାଉ । ସମ୍ବଲପୁର ଝାରସୁଗୁଡା ରାସ୍ତାର ଶାସନ ଥାନା ଅଞ୍ଚଳରେ ଥିବା କେ ପି. ସୁଗନ୍ଧ ନାମକ ଜଣେ ବ୍ୟବସାୟୀଙ୍କ ସଫଳ ପାନ ମସଲା ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି ଏହି ଟିମ । 

ବ୍ୟବସାୟୀ ଜଣକ ଜାଲ କାଗଜପତ୍ର ଓ ଦସ୍ତାବିଜ ଜରିଆରେ ଟାକ୍ସ ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇ ଥିବା ବିଭାଗୀୟ ଅଧିକାରୀ ଡେପୁଟି କମିଶନର ମନ୍ମଥ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ବ୍ୟବସାୟୀ କେ ପି. ସୁଗନ୍ଧଙ୍କ କୌଣସି ପତ୍ତା ମିଳିନଥିବା ବେଳେ ଫ୍ୟାକ୍ଟ୍ରିରୁ 3 ଟି ଗାଡି ସହ କାଗଜପତ୍ର ସହ ସିଜ କରାଯାଇଛି । 

ସଂପୃକ୍ତ ବ୍ୟବସାୟୀଙ୍କୁ 1 କୋଟି ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ବୋଲି ସୂଚନା ଦିଆଯାଇଛି । ଆଜିର ଏହି ଟିମରେ ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରର ଅଧିକାରୀ ସାମିଲ ଥିବା ଜଣାପଡ଼ିଛି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 11, 2020, 7:50 PM IST

ABOUT THE AUTHOR

...view details