ଓଡିଶା

odisha

By ETV Bharat Odisha Team

Published : Aug 25, 2023, 3:02 PM IST

ETV Bharat / state

ନାଗ ସାପ ସହ ଲଢିଲା କୁକୁର, ମାଲିକର ପରିବାର ପାଇଁ ଜୀବନ ଦେଲା 'ବ୍ଲାକି'

ମାଲିକଙ୍କ ପରିବାରକୁ ନାଗ ସାପ କବଳରୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା କୁକୁର l ଅତି ବିଶ୍ଵସ୍ତ ପୋଷା କୁକୁର ବ୍ଳାକିର ମୃତ୍ୟୁ ପରେ ପୁରା ପରିବାର ଘରେ ଚୁଲି ଜଳିବା ବନ୍ଦ ହୋଇଯାଇଛି । ଅଧିକ ପଢନ୍ତୁ

ନାଗ ସାପ ସହ ଲଢି ଜୀବନ ହାରିଲା କୁକୁର
ନାଗ ସାପ ସହ ଲଢି ଜୀବନ ହାରିଲା କୁକୁର

ନାଗ ସାପ ସହ ଲଢି ଜୀବନ ହାରିଲା କୁକୁର

ସମ୍ବଲପୁର:ପଶୁ ହେଲେ କଣ ହେଲା...୧୫ ବର୍ଷ ଭିତରେ ସେ ପରିବାରର ସଦସ୍ୟ ପାଲଟି ଯାଇଥିଲା । ଆଉ ଯେତେବେଳେ ପରିବାର ଉପରେ ବିପତ୍ତି ମାଡ଼ି ଆସୁଥିଲା ସେ ବା କେମିତି ସହି ପାରିଥାଆନ୍ତା । ନିଜମାଲିକର ପରିବାର ବା ତା ପରିବାରକୁ ନାଗ ସାପ କବଳରୁ ବଞ୍ଚାଇବାକୁ ଯାଇ ଶେଷରେ ଆଖି ବୁଜିଛି ଜର୍ମାନ ସେଫର୍ଡ ପୋଷା କୁକୁର 'ବ୍ଲାକି' l ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ବୁର୍ଲା ଅଞ୍ଚଳରେ l ଘରକୁ ପଶି ଆସୁଥିବା ଏକ ନାଗ ସାପ ସହ ଲଢେଇ କରି ଶେଷରେ ଏକ ପୋଷା କୁକୁରର ଜୀବନ ଯାଇଛି l ଏକ ପୋଷା କୁକୁର ମାଲିକର ପରିବାରକୁ ନାଗ ସାପଠାରୁ ବଞ୍ଚାଇବାକୁ ଯାଇ ଜୀବନ ହାରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ବୁଧବାର ସନ୍ଧ୍ୟାରେ ବୁର୍ଲା ସହରର ଗୋଲଗୁଣ୍ଡା ଗାଁର ଜୟନାରାୟଣ ମହାପାତ୍ରଙ୍କ ଘରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ନାଗ ସାପକୁ ଘରକ ଭିତରକୁ ପଶିବା ବେଳେ ରୋକିବାକୁ ଯାଇ ପୋଷା କୁକୁର ‘ବ୍ଲାକି’ର ଜୀବନ ଯାଇଛି । ସେପଟେ ଅତି ବିଶ୍ଵସ୍ତ ଓ ପ୍ରିୟ ପୋଷା କୁକୁର ବ୍ଳାକିର ମୃତ୍ୟୁ ପରେ ଘରେ ଚୁଲି ଜଳିବା ବନ୍ଦ ହୋଇଯାଇଛି ।

ସୂଚନା ଅନୁସାରେ, ୧୫ ବର୍ଷ ପୂର୍ବରୁ ଏକ କୁକୁର(ଜର୍ମାନ୍ ସେଫର୍ଡ) ଆଣି ଘରେ ପୋଷିଥିଲେ ଏହି ପରିବାର । ରଙ୍ଗ କଳା ଥିବାରୁ ପ୍ରିୟରେ ପରିବାର ଲୋକେ ନାଁ ରଖିଲେ ବ୍ଲାକି । ତେବେ ଧୀରେଧୀରେ ସମୟ ଗଡ଼ିବା ସାଙ୍ଗକୁ ପରିବାରର ଏକ ସଦସ୍ୟ ହୋଇଯାଇଥିଲା ବ୍ଲାକି । ତେଣୁ ବୁଧବାର ସନ୍ଧ୍ୟା ପ୍ରାୟ ୭ଟାରେ ବ୍ଲାକି ଘରର ପ୍ରବେଶ ପଥରେ ବନ୍ଧା ହୋଇଥିଲା । ଏହି ସମୟରେ ଏକ ବଡ଼ ନାଗ ସାପ ଘର ଭିତରକୁ ପଶୁଥିଲା । ନାଗ ସାପ ଉପରେ ବ୍ଲାକିର ଆଖି ପଡ଼ିଥିବାବେଳେ ନାଗ ସାପ ଏବଂ ବ୍ଳାକି ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂଘର୍ଷ ହୋଇଥିଲା ।

ନାଗ ସାପ ବ୍ଳାକିକୁ ଏକାଧିକ ଚୋଟ ମାରିଥିବାବେଳେ ବ୍ଲାକି ମଧ୍ୟ ନାଗକୁ କାମୁଡ଼ି କ୍ଷତବିକ୍ଷତ କରିଥିଲା । କୁକୁର ଭୁକିବା ଶୁଣି ପରିବାର ଆସି ଦେଖିବା ବେଳକୁ ସଂଘର୍ଷ ପ୍ରାୟ ଶେଷ ହୋଇ ସାରିଥିଲା । ପରିବାର ଲୋକେ ତୁରନ୍ତ ସ୍ନେକ୍ ହେଲ୍ପଲାଇନକୁ ସୂଚନା ଦେବାପରେ ନାଗ ସାପକୁ ଉଦ୍ଧାର କରିବା ସହ ବ୍ଲାକିର ତୁରନ୍ତ ପ୍ରାଣୀଧନ ଚିକିତ୍ସକ ଚିକିତ୍ସା ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ...ମୋ ଟମିକୁ ମାରି ଦେଲେ ଡାକ୍ତର ବାବୁ, ଥାନାରେ ଅଭିଯୋଗ କଲେ ମାଲିକ

ହେଲେ ଚିକିତ୍ସାଧୀନ ଅବସ୍ଥାରେ ଧୀରେଧୀରେ ନିସ୍ତେଜ ହୋଇ ଶେଷରେ ଆଖି ବୁଜିଲା ବ୍ଳାକି । ଅନ୍ୟପଟେ କିଛି ଘଣ୍ଟା ମଧ୍ୟରେ ଉକ୍ତ ନାଗ ସାପର ମଧ୍ୟ ମୃତ୍ୟୁ ହୋଇଗଲା । ପୋଷା କୁକୁର ବ୍ଳାକି ତାର ମାଲିକଙ୍କ ପରିବାରକୁ ବିପଦରୁ ରକ୍ଷା କରି ନିଜ ଜୀବନକୁ ସମର୍ପିତ କରିବା ଘଟଣା ଆଜି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details