ସମ୍ବଲପୁର: ପେଟ୍ରୋଲ ଦର ହ୍ରାସ ପାଇବା ପରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ପେଟ୍ରୋଲ ଦର ଲିଟର ପିଛା 9ଟଙ୍କା 50 ପଇସା ହ୍ରାସ ଓ ଡିଜେଲ ଲିଟର ପିଛା 7 ଟଙ୍କା 50 ପଇସା ହ୍ରାସ ପାଇଛି । ମାତ୍ର ଏ ନେଇ ଅଭିଯୋଗ ଆଣିଛି ଡିଲର ସଂଘ । ପେଟ୍ରୋଲିୟମ ପଦାର୍ଥରେ ଏକକାଳୀନ ବଡ଼ ଦର ହ୍ରାସ ଘଟିବା ପରେ ଡିଲରମାନେ କ୍ଷତି ସହୁଥିବା କହିଛି ସଂଘ । ଆଜି (ମଙ୍ଗଳବାର) ସମ୍ବଲପୁର ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ସଂଘ ଏହି ସମସ୍ୟା ନେଇ ସୂଚନା ଦେଇଛି ।
ଡିଲର ସଂଘ ଅଭିଯୋଗ କରିଛି ଯେ ଏକାଥରକେ ବହୁ ପରିମାଣର ଦର ହ୍ରାସ ଫଳରେ ଏହା ଦ୍ବାରା ଡିଲରଙ୍କ ବହୁତ ଆର୍ଥିକ କ୍ଷତି ହୋଇଛି । 2017ରେ ସରକାରଙ୍କ ଦ୍ଵାରା ଗଠିତ Daily Price Mechanism ନୀତି ଅନୁସାରେ ପେଟ୍ରୋଲିୟମ ପଦାର୍ଥର ଦର ବୃଦ୍ଧି ହେଉ କି ହ୍ରାସ ହେଉ ସ୍ବଳ୍ପ ପରିମାଣରେ ହେବା କଥା । ତେବେ ବର୍ତ୍ତମାନ ଏକକାଳୀନ ଏକ ବଡ଼ ଦର ହ୍ରାସ ହେବା ଫଳରେ ଡିଲର ମାନେ କ୍ଷତିରେ ପଡିଛନ୍ତି ।