ଓଡିଶା

odisha

By

Published : Dec 8, 2019, 11:41 PM IST

Updated : Dec 9, 2019, 12:59 AM IST

ETV Bharat / state

କୁଚିଣ୍ଡାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୩୧ ତାରିଖ ସୁଦ୍ଧା ତତ୍ପରତା ସହିତ ଆଇନ ପ୍ରଣୟନ କରିବାକୁ ସାମ୍ବାଦିକ ସମ୍ବିଳନୀରେ ଏହି ସୂଚନା ଦେଇଛନ୍ତି ସିଏସିର ଆବାହକ ଅଶୋକ ଦାସ ।

କମିଟିର ବୈଠକ
କମିଟିର ବୈଠକ

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । କୁଚିଣ୍ଡା ଠାରେ ଏହି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଜନସାଧାରଣଙ୍କୁ ନ୍ୟାୟୋଚିତ ଦାବିରୁ ବଞ୍ଚିତ ରଖା ଯାଉଥିବା ନେଇ ସିଏସି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ସୁପ୍ରିମକୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୂର୍ବ ପରି ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କୁଚିଣ୍ଡାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୩୧ ତାରିଖ ସୁଦ୍ଧା ତତ୍ପରତା ସହିତ ଆଇନ ପ୍ରଣୟନ କରନ୍ତୁ । ନଚେତ୍ ଜନସାଧାରଣ ସ୍ବତନ୍ତ୍ର ପଶ୍ଚିମ ଓଡିଶା ରାଜ୍ୟ ଦାବି କରିବାକୁ ଆହ୍ବାନ ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ସାମ୍ବାଦିକ ସମ୍ବିଳନୀରେ ଏହି ସୂଚନା ଦେଇଛନ୍ତି ସିଏସିର ଆବାହକ ଅଶୋକ ଦାସ ।

ସରକାରୀ ଉଦାସୀନତା ଜାରି ରହିଲେ ଆଗକୁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ତୀବ୍ରତର ହେବା ସହ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ସମ୍ବଲପୁରରୁ ବାଦସାହା ଯୁଶମନ୍ ରଣା, ଇଟିଭି ଭାରତ

Last Updated : Dec 9, 2019, 12:59 AM IST

ABOUT THE AUTHOR

...view details