ଓଡିଶା

odisha

By

Published : May 16, 2022, 9:42 PM IST

Updated : May 17, 2022, 2:58 PM IST

ETV Bharat / state

ବିଜେଡି ରାଜ୍ୟକୁ ପାଣ୍ଡିଆନଙ୍କୁ ଲିଜରେ ଦେଇଛି: ଜୟ ନାରାୟଣ

ସମ୍ବଲପୁରରେ ବିଜେପିର ଫାୟାର ବ୍ରାଣ୍ଡ ନେତା ଜୟ ନାରାୟଣ ମିଶ୍ରଙ୍କ ବିଜେଡି ଉପରେ ସିଧା ନିଶାନା । ଅର୍ଥବଳ, ବହୁବଳ ଓ ସରକାରୀ କଳ ଆଧାରରେ ବିଜେଡିର ସତ୍ତା ବଞ୍ଚିରହିଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟକୁ ପଣ୍ଡିଆନଙ୍କୁ ଲିଜରେ ଦେଇଛି ବିଜେଡି: ଜୟ ନାରାୟଣ
ରାଜ୍ୟକୁ ପଣ୍ଡିଆନଙ୍କୁ ଲିଜରେ ଦେଇଛି ବିଜେଡି: ଜୟ ନାରାୟଣ

ସମ୍ବଲପୁର: ଆଗକୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ ମହୋଲ ସରଗରମ ହେଉଥିବା ବେଳେ ସମ୍ବଲପୁରରେ ବିଜେପିର ଫାୟାର ବ୍ରାଣ୍ଡ ନେତା ଜୟ ନାରାୟଣ ମିଶ୍ରଙ୍କ ବିଜେଡି ଉପରେ ସିଧା ନିଶାନା । ସେ କହିଲେ, ବିଜେଡି ଦଳ ରାଜ୍ୟକୁ ପାଣ୍ଡିଆନଙ୍କୁ ଲିଜରେ ଦେଇଦେଇଛନ୍ତି । ଏହିଭଳି କଥା କହି ଏବେ ଚର୍ଚ୍ଚାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ।

ବିଜେଡି ରାଜ୍ୟକୁ ପାଣ୍ଡିଆନଙ୍କୁ ଲିଜରେ ଦେଇଛି: ଜୟ ନାରାୟଣ

ଜୟ ନାରାୟଣ ମିଶ୍ର କହିଛନ୍ତି, ‘‘ଅର୍ଥବଳ, ବହୁବଳ ଓ ସରକାରୀ କଳ ଆଧାରରେ ବିଜେଡିର ସତ୍ତା ବଞ୍ଚିରହିଛି । ତେବେ ସାଧରଣ ଜନତାର ବଳରେ ବିଜେପି ବଳିୟାନ । ବିଜେଡି ଡ୍ରିଙ୍କ୍ସ ଓ ଡ୍ରଗ୍ସ ଉପରେ ବିଶ୍ବାସ କରେ, ହେଲେ ବିଜେପି ଡେଡିକେସନ, ଡିସିପ୍ଲିନ ଓ ଡିଟରମିନେସନ ଉପରେ ବିଶ୍ବାସ କରେ । ବର୍ତ୍ତମାନ ଓଡ଼ିଶାରେ ଦରିଦ୍ରତା ବଢି ଚାଲିଥିବା ବେଳେ ସରକାରୀ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପୁରାପୁରି ଭୁଶୁଡି ଯାଇଛି। ଏହା ଏକ ସରକାର ନୁହେଁ ବରଂ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥାକୁ ପାଣ୍ଡିଆନଙ୍କୁ ଲିଜରେ ଦିଆଯାଇଛି ।’’

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 17, 2022, 2:58 PM IST

For All Latest Updates

ABOUT THE AUTHOR

...view details