ଓଡିଶା

odisha

By

Published : Jan 31, 2021, 7:43 PM IST

ETV Bharat / state

ଗଞ୍ଜେଇ ଚୋରା ଚାଲାଣ ପଣ୍ଡ, ଦୁଇ ଚାଲାଣକାରୀଙ୍କୁ ବାନ୍ଧିଲା ପୋଲିସ

ରାୟଗଡା ଜିଲ୍ଲାର ଦୁର୍ଗମ ପାହାଡିଆ ଘଞ୍ଚ ଜଙ୍ଗଲ ଜମିରେ ଚାଲିଛି ଗଞ୍ଜେଇ ଚାଷ । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ । ଅଧିକ ପଢନ୍ତୁ...

ଗଞ୍ଜେଇ ଚୋରା ଚାଲାଣବେଳେ ଦୁଇ ଚାଲାଣକାରୀଙ୍କୁ ବାନ୍ଧିଲା ପୋଲିସ
ଗଞ୍ଜେଇ ଚୋରା ଚାଲାଣବେଳେ ଦୁଇ ଚାଲାଣକାରୀଙ୍କୁ ବାନ୍ଧିଲା ପୋଲିସ

ରାୟଗଡା:ଗଞ୍ଜେଇ ଚୋରା ଚାଲାଣ ପଣ୍ଡ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ପିରିଡିପଙ୍ଗା ଗାଁ ନିକଟରୁ ଜିଲ୍ଲା ବାହାରକୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଚଢାଉ କରିଛି ପୋଲିସ । ଘଟଣାସ୍ଥଳରୁ 385 କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ପିରିଡିପଙ୍ଗା ଗାଁର ଅସିନ ଶବର ଏବଂ ଗୁରୁବାଡା ଶବରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗଞ୍ଜେଇ ଚୋରା ଚାଲାଣବେଳେ ଦୁଇ ଚାଲାଣକାରୀଙ୍କୁ ବାନ୍ଧିଲା ପୋଲିସ

ରାୟଗଡାର ଦୁର୍ଗମ ପାହାଡିଆ ଘଞ୍ଚ ଜଙ୍ଗଲର ଏକର ଏକର ଜମିରେ ହେଉଛି ଗଞ୍ଜେଇ ଚାଷ । ଫଳସୂରୁପ, ଦିନକୁ ଦିନ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଛି । ଏପରିକି ମାଓପ୍ରବଣ ଇଲାକାର ଫାଇଦା ଉଠାଇ ଗଞ୍ଜେଇ ମାଫିଆମାନେ ନିର୍ଭୟରେ ଜିଲ୍ଲା ଭିତରେ ଓ ବାହାରକୁ ଏହାକୁ ଚାଲାଣ କରୁଛନ୍ତି । ବିଭିନ୍ନ ସମୟରେ ଜିଲ୍ଲାରେ ପୋଲିସ ଓ ଅବକାରୀ ବିଭାଗ ଦ୍ବାରା ଚଢାଉ କରାଯାଇ ଚାଲାଣକାରୀମାନଙ୍କୁ ଗିରଫ କରାଯାଉଥିଲେ ସୁଦ୍ଧା ଥମିବାର ନାଁ ନେଉନି ଗଞ୍ଜେଇ ଚାଷ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details