ଓଡିଶା

odisha

By

Published : Aug 13, 2020, 7:41 PM IST

ETV Bharat / state

ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ଜିଲ୍ଲାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ । ଆଣ୍ଟିଜେନ ଟେଷ୍ଟ ସହ ହୋମ ଆଇସୋଲେସନକୁ ଗୁରୁତ୍ବ ଦିଆଯାଇଛି ।

review meeting of Minister for Tribal Welfare
ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ରାୟଗଡା: ରାୟଗଡା ଜିଲ୍ଳାରେ ବର୍ଦ୍ଧିତ କୋରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲ୍ଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି କୋରୋନା ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ ।

ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ

ସମୀକ୍ଷା ବୈଠକରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ସଂଖ୍ୟାରେ ଆଣ୍ଟିଜେନ ଟେଷ୍ଟ କରିବା ସହ ହୋମ ଆଇସୋଲେସନ ଓ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି । ବୁଧବାର ଠାରୁ ରାୟଗଡା ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 27 ଟି ଟିମ୍ ଗଠନ କରାଯାଇ 11 ଟି ବ୍ଲକର ବିଭିନ୍ନ ସ୍ଥାନରେ ସ୍ବାବ ପରୀକ୍ଷା କରାଯାଉଛି । ଜିଲ୍ଲାରେ ଦୈନିକ ସର୍ବାଧିକ 2000 ପର୍ଯ୍ୟନ୍ତ ସ୍ବାବ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details