ଓଡିଶା

odisha

By

Published : Feb 11, 2020, 4:34 PM IST

ETV Bharat / state

ଭୋଜି ରୋଷେଇ ବେଳେ ଜଳିଗଲା ଗ୍ୟାସ ପାଇପ, 3 ମହିଳା ଆହତ

ଶ୍ରାଦ୍ଧ ବାର୍ଷିକୀରେ ରୋଷେଇ ଚାଲିଥିବା ସମୟରେ ଅଘଟଣ । ନିଆଁ ଲାଗି ଆହତ ହୋଇଛନ୍ତି 4 ମହିଳା ଶ୍ରମିକ । ଗୁରୁତର ମହିଳା ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ତୁରନ୍ତ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

fire broke during cooking in rayagada, rayagada latest news, fire in rayagada, ରାୟଗଡାରେ ନିଆଁ, ରୋଷେଇ ବେଳେ ରାୟଗଡାରେ ନିଆଁ, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌
ଭୋଜି ରୋଷେଇ ବେଳେ ନିଆଁ ଲାଗି 3 ମହିଳା ଆହତ, ଜଣେ ଗୁରୁତର

ରାୟଗଡା: ଶ୍ରାଦ୍ଧ ବାର୍ଷିକୀରେ ଭୋଜି ରୋଷେଇ ଚାଲିଥିବା ସମୟରେ ଅଘଟଣ । ନିଆଁ ଲାଗି ଆହତ ହୋଇଛନ୍ତି 4 ମହିଳା ଶ୍ରମିକ । ଘଟଣାଟି ସହରର ଡିଏଫଓ କାର୍ଯ୍ୟାଳୟର ପ୍ରଥମ ଗଳିରେ ଘଟିଛି । ଘଟଣାରେ ଗୁରୁତର ମହିଳା ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ତୁରନ୍ତ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ଭୋଜି ରୋଷେଇ ବେଳେ ନିଆଁ ଲାଗି 3 ମହିଳା ଆହତ, ଜଣେ ଗୁରୁତର

ସୂଚନା ଅନୁଯାୟୀ ଡିଏଫଓ କାର୍ଯ୍ୟାଳୟର ପ୍ରଥମ ଗଳିରେ ମନୋଜ କୁମାର ସାହୁଙ୍କୁ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ଭୋଜି ଆୟୋଜନ ବେଳେ ହଠାତ ଗ୍ୟାସ ପାଇପରେ ନିଆଁ ଲାଗିଥିଲା । ନିଆଁ ବ୍ୟାପିବା ଆରମ୍ଭ କରିବାରୁ ସେଠାରେ କାମ କରୁଥିବା 4 ମହିଳା ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details