ଓଡିଶା

odisha

By

Published : Nov 26, 2020, 10:48 PM IST

ETV Bharat / state

ବାତ୍ୟା ନିଭାର ଡର: ବର୍ଷା ଆଗରୁ ଧାନ ଅମଳ ଚିନ୍ତାରେ ଚାଷୀ

ବାତ୍ୟା ‘ନିଭାର’ର ପ୍ରଭାବରେ ବର୍ଷା ସାଙ୍ଗକୁ ବହିପାରେ ପବନ । ତେବେ ଧାନ ଅମଳ ସମୟରେ ଏଭଳି ବିପଦ ମାଡି ଆସିଥିବାରୁ ଚାଷୀ ଖଳାକୁ ଧାନ ବୋହିବାରେ ଲାଗିଛି । ଅଧିକ ପଢନ୍ତୁ...

ବାତ୍ୟା ନିଭାର ଡର: ବର୍ଷା ଆଗରୁ ଧାନ ଅମଳ ଚିନ୍ତାରେ ଚାଷୀ
ବାତ୍ୟା ନିଭାର ଡର: ବର୍ଷା ଆଗରୁ ଧାନ ଅମଳ ଚିନ୍ତାରେ ଚାଷୀ

ରାୟଗଡା: ବାତ୍ୟା ‘ନିଭାର’ର ଆଂଶିକ ପ୍ରଭାବ ରାୟଗଡା ପଡ଼ିଛି । ଆସନ୍ତା ୨୭ ରେ କୋହଲିଆ ପାଗ ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି । ଏନେଇ ଧାନ କଟା ପାଇଁ ଚିନ୍ତାରେ ଚାଷୀ । ଖଳାକୁ ଧାନ ଆଣିବାକୁ ତତ୍ପର ହୋଇପଡିଛି । ବଙ୍ଗପୋସାଗରରେ ସୃଷ୍ଟ ଲଘୁଚାପ ଘନୂଭତ ହୋଇ ଅବପାତ ରୂପ ନେବା ପରେ ଭୀଷଣ ଝଡରେ ପରିଣତ ହୋଇ ପୁଡୁରେରୀରେ ସ୍ଥଳଭାଗ ଅତିକ୍ରମ କରିଛି ।

ବାତ୍ୟା ନିଭାର ଡର: ବର୍ଷା ଆଗରୁ ଧାନ ଅମଳ ଚିନ୍ତାରେ ଚାଷୀ

ଚଳିତ ବର୍ଷ ରାୟଗଡ଼ାରେ ୫୫୧୧୩ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ଏଥି ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଧାନ ଏବେ ଅମଳ ହୋଇ ସାରିଲାଣି । କିନ୍ତୁ ଏଯାଏଁ ଜିଲ୍ଲାରେ ଧାନମଣ୍ଡିର ଦେଖାନାହିଁ । ଚାଷୀଙ୍କ ଖଳାରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଅମଳ ହୋଇ ପଡ଼ିରହିଛି । ଏପଟେ ବାତ୍ୟା ନିଭାର ର ପ୍ରଭାବରେ ଆସନ୍ତା ଦୁଇଦିନ କୋହଲା ପାଗ ସାଙ୍ଗକୁ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଯାଇଛି ଚାଷୀ । କିଏ ତରତର ହୋଇ ଧାନ କାଟି ଖଳାରେ ଆଣି ଗଦାକରୁଛି ତ ପୁଣି ଆଉ କିଏ ଖଳାରେ ଥିବା ଧାନକୁ ପାଲ ଘୋଡ଼ାଇ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛି । ରାୟଗଡାର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ଏଭଳି ତତ୍ପରତା ଦେଖିବାକୁ ମିଳିଛି ।

ଭୌଗଳିକ ସ୍ଥିତିକୁ ନେଇ ଲଲାଟ, ସହଭାଗି, ଖଣ୍ଡଗିରି ଠାରୁ ଆରମ୍ଭ କରି ୧୦୧୦ ଭଳିଧାନକୁ ଏହି ଜିଲ୍ଲାରେ ଚାଷୀ ପ୍ରଚୁର ପରିମାଣରେ କରିଥାନ୍ତି । ଚଳିତ ବର୍ଷ ପ୍ରାୟ ୩୫ ହଜାର ହେକ୍ଟର ଜମିରେ ଏହି ସବୁ ଧାନ ଚାଷ କରଯାଇଥିବା ବେଳେ ୨୦ ହଜାର ହେକ୍ଟରରେ ଜମିରେ ଅନ୍ୟାନ୍ୟ ସଅଳ କିସମର ଧାନ ଚାଷ ହେଇଛି । ତେବେ ଏହି ସଅଳ କିସମର ଧାନ ବର୍ତ୍ତମାନ ଅମଳ ହୋଇ ଖଳାରେ ପଡିରହିଛି । ନିଜେ ଖାଇ ଅନ୍ୟର ମୁହଁରେ ଦାନା ଦେଉଥିବା କୃଷକର ଉତ୍ପାଦିତ ବର୍ଷ ତମାମର ପରିଶ୍ରମ ଠିକ ସମୟରେ ବିକ୍ରି ହୋଇପାରୁନାହିଁ । ଏପଟେ ବାତ୍ୟା ପରର ପାଣିପାଗ ହତାସ କରିଛି ଚାଷୀଙ୍କୁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details