ଓଡିଶା

odisha

By

Published : Dec 13, 2019, 9:45 PM IST

ETV Bharat / state

‘ମୋ ସରକାର’ କାର୍ଯ୍ୟକାରିତା ନେଇ ଜିଲ୍ଲା ନୋଡାଲ ଅଫିସରଙ୍କ ସମୀକ୍ଷା

‘ମୋ ସରକାର’କୁ ନେଇ ଏବେ ତୁହାକୁ ତୁହା ଚାଲିଛି ବୈଠକ । ଆଜି (ଶୁକ୍ରବାର) ରାୟଗଡା ଜିଲ୍ଲାରେ ‘ମୋ ସରକାର’ କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ଜିଲ୍ଲା ନୋଡାଲ ଅଫିସର ।

district nodal officer
‘ମୋ ସରକାର’ କାର୍ଯ୍ୟକାରିତା ନେଇ ଜିଲ୍ଲା ନୋଡାଲ ଅଫିସରଙ୍କ ସମୀକ୍ଷା

ରାୟଗଡା: ‘ମୋ ସରକାର’କୁ ନେଇ ଏବେ ତୁହାକୁ ତୁହା ଚାଲିଛି ବୈଠକ । କେତେବେଳେ ରାଜ୍ୟସ୍ତରୀୟ ଅଧିକାରୀ ସମୀକ୍ଷା କରୁଛନ୍ତି ତ ପୁଣି କେତେବେଳେ ଜିଲ୍ଲା ଅଧିକାରୀ । ଆଜି (ଶୁକ୍ରବାର) ରାୟଗଡା ଜିଲ୍ଲାରେ ‘ମୋ ସରକାର’ କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ଜିଲ୍ଲା ନୋଡାଲ ଅଫିସର ।

‘ମୋ ସରକାର’ କାର୍ଯ୍ୟକାରିତା ନେଇ ଜିଲ୍ଲା ନୋଡାଲ ଅଫିସରଙ୍କ ସମୀକ୍ଷା


ଶୁକ୍ରବାର, ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଆଇସିଡିଏସ, ମମତା, ମିଶନଶକ୍ତି, ଶିଶୁ ସୁରକ୍ଷା ସେଲ ଆଦି ବିଭାଗ ଦ୍ବାରା କିଭଳି କାର୍ଯ୍ୟ ଜାରି ରହିଛି ତାହାର ସମୀକ୍ଷା କରିଛନ୍ତି ଜିଲ୍ଲା ନୋଡାଲ ଦାୟିତ୍ବରେ ଥିବା ଅଧିକାରୀ ମୀରାବାଇ ପାଣି । ଏହି ସମୀକ୍ଷା ସମୟରେ ଡିସିପିଓ ରମେଶ ନାୟକ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details